fbpx

ହୋଲିରେ ଅଘଟଣ ରୋକିବାକୁ ପ୍ରସ୍ତୁତ ଓଡ଼ିଶା ଅଗ୍ନିଶମ ବାହିନୀ

ଭୁବନେଶ୍ୱର: (ଓଡ଼ିଶା ଭସ୍କର) ହୋଲିରେ ଅଘଟଣ ରୋକିବାକୁ ପ୍ରସ୍ତୁତ ଓଡ଼ିଶା ଅଗ୍ନିଶମ ବାହିନୀ । ଭୁବନେଶ୍ୱର ଉପକଣ୍ଠ ନଦୀ, କେନାଲ ଗୁଡିକରେ ମୁତୟନ ହେବ ଅଗ୍ନିଶମ କର୍ମଚାରୀ । ପାଞ୍ଚଟି ସ୍ଥାନରେ ଥିବା ଗାଧୁଆ ତୁଠରେ ମୂତୟନ ହେବେ ଲାଇଫ ବୟ , ଲାଇଫ ଜ୍ୟାକେଟ , ମେସିନ ରବର୍ ବୋଟ, ଅଣ୍ଡର ୱାଟର କର୍ମ ଚାରି ଓ ଆମ୍ବୁଲାନ୍ସ ରହିବ । ପାଞ୍ଚଟି ନଦୀର ତୁଠ କୁଆଖାଇ , ଦୟା , ଧଉଳି ପୁରୀ କେନାଲ , ବାଲିପାଟଣା , ବାଲିଅନ୍ତା ବଙ୍କୁଆଲ ନଦୀ ।

ତେବେ ଏସବୁ ତୁଠ ଗୁଡ଼ିକରେ ମୁତୟନ ରହିବେ ଓଡ଼ିଶା ଅଗ୍ନିଶମ ବାହନୀ ଦ୍ଵାରା ପ୍ରସ୍ତୁତ ଟିମ୍ । ପ୍ରତି ତୁଠରେ ୬ ଜଣ ରେସ୍କୁୟୁ ଟିମ୍ ରହିବେ । ପାଞ୍ଚଟି ବିପଦପୂର୍ଣ୍ଣ ତୁଠକୁ ଚିହ୍ନଟ କରିଛି ଅଗ୍ନିଶମ ବାହିନୀ । ନଦୀ , ପଖରି ଗଭୀର ଭିତରକୁ ଯିବ ପାଇଁ ବାରଣ । ନିଶାସକ୍ତ ଅବସ୍ଥାରେ ପାଣିକୁ ଯାଆନ୍ତୁ ନାହିଁ ।ଚୋରା ବାଲି ପ୍ରତି ସତର୍କ ରୁହନ୍ତୁ । ହୋଲି ଖେଳି ସାରିବା ପରି ମଦ୍ୟପାନ କରି କେହି ନଦୀକୁ ଗାଧୋଇ ଗଲେ ସତର୍କତା ଅଵଲଂବନ ପାଇଁ ଅପିଲ କଲା ଅଗ୍ନିଶମ ବିଭାଗ ।

ଯଦି କୌଣସି ଅଘଟଣ ଘଟେ ତେବେ ନଦୀପଠାରେ ନିୟୋଜିତ ଥିବା ଅଗ୍ନିଶମ ବାହିନୀକୁ ଖବର ଦେବା ସହ ୧୧୨କୁ କଲ କରି ଜଣାଇବାକୁ ଅନୁରୋଧ କରିଛି ଅଗ୍ନିସମ ବିଭାଗ । ସେଫ ହୋଲି ପାଳନ କରନ୍ତୁ । ନିଜ ଜୀବନକୁ ସୁରକ୍ଷା ରଖିବା ସହ ଅନ୍ୟ ଜୀବନକୁ ସୁରକ୍ଷା ରଖିବାକୁ ରାଜଧାନୀବାସୀଙ୍କୁ ଅପିଲ କରିଛି ପୋଲିସ ।

Get real time updates directly on you device, subscribe now.