fbpx

ଫ୍ୟାନ୍ସି ଗାଡ଼ିର ଧଜିଆ ଉଡେଇଲେ ମଦୁଆ ଡ୍ରାଇଭର; ଫସିଲେ କୋଟିପତି ନେତା ଓ ବ୍ୟବସାୟୀ

କୋର୍ଟରେ ଫାଇନ ଦେଲେ ମୁକୁଳିବ ଗାଡ଼ି ଓ ଲାଇନ୍ସେସ, ୨ମାସରେ ୬ଶହରୁ ଅଧିକ ଗାଡ଼ି ଜବଦ

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ଫେନ୍ସି ଗାଡି, ଫେନ୍ସି ନମ୍ବରର ଧଜିଆ ଉଡେଇଲା ମଦୁଆ ଡ୍ରାଇଭର। ମଦୁଆ ଡ୍ରାଇଭର ପାଇଁ ,ଥାନାରେ କୋଟି କୋଟି ଟଙ୍କା ଦାମି କାର୍। ସେଭ୍ ସିଟି ଡ୍ରାଇଭ୍ ରେ ଫସିଲେ କୋଟିପତି ନେତା ଓ ବ୍ୟବସାୟୀ। କୋର୍ଟରେ ଫାଇନ ଦେଲେ ମୁକୁଳିବ ଗାଡ଼ି ଓ ଲାଇନ୍ସେସ। ୨ମାସରେ ୬ଶହ ରୁ ଅଧିକ ଗାଡ଼ି ଜବଦ। ଫୋରସେ, BMW, ଅଡ଼ି, ମରସିଡ଼ିଜ, ଥର ଓ ରେଞ୍ଜ ରୋଭର। ଥାନା ଆଗରେ ଲାଗିଛି ଦାମୀ ଗାଡିର ଲମ୍ବା ଲାଇନ। ମଦ୍ୟପାନ କରି ଗାଡି ଚଳାଇବା ଅଭିଯୋଗରେ ଏହିସବୁ ଦାମୀ ଗାଡିକୁ ଜବତ କରିଛି କମିସନରେଟ ପୋଲିସ।

ଗାଡି ଚାଳକଙ୍କ ବିରୋଧରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ପୋଲିସ। ନାଇଟ ବ୍ଲକିଂ ଓ ଚେକିଂ ସମୟରେ ଏହିସବୁ ଗାଡିକୁ ଜବତ କରିଛି କମିସନରେଟ ପୋଲିସ। ସେଫ ସିଟି ଡ୍ରାଇଭ ଜରିଆରେ ରାଜଧାନୀର ବିଭିନ୍ନ ସମ୍ବେଦନଶିଳ ଛକରେ ରାତି ହେଲେ ଜଗୁଛନ୍ତି ପୋଲିସ। ଅମାନିଆ ଓ ମଦୁଆ ଗାଡି ଚାଳକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ପୋଲିସ। ଡ୍ରିଙ୍କ ଏଣ୍ଡ ଡ୍ରାଇଭ୍ ରେ ମଦୁଆ ଡ୍ରାଇଭରଙ୍କୁ ଗିରଫ କରିବା ସହ ଗାଡ଼ିକୁ ଜବଦ କରୁଛି ପୋଲିସ। ନେତା ହୁଅନ୍ତୁ କି ସରକାରୀ ଅଧିକାରୀ। ପ୍ରତିଷ୍ଠିତ ବ୍ୟକ୍ତି ହୁଅନ୍ତୁ କି ବ୍ୟବସାୟୀ। ନିୟମ ନ ମାନିଲେ କାହାକୁ ଛାଡିବନୀ ପୋଲିସ। ଜାନୁଆରି ମାସ ଠାରୁ ଆଜି ପର୍ଯ୍ୟନ୍ତ ମଦ୍ୟପାନ କରି ଗାଡି ଚଲଉଥିବା ୬୦୦ରୁ ଅଧିକ ଗାଡି ଜବତ ସହ ୫୦୦ରୁ ଅଧିକ ଗାଡି ଚାଳକଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ।

ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଚେକିଂ ବ୍ଲକିଂ କୁ ଜୋର ଦାର କରିବ ପୋଲିସ। ଚେକିଂ ସମୟରେ ୪ଟି ଦିଗକୁ ଗୁରତ୍ୱ ଦେଉଛି ପୋଲିସ। ରାତିରେ ମଦ୍ୟପାନ କରି ଗାଡିଚଳାଇଲେ, ଟ୍ରାଫିକ ନୀୟମ ନମାନିଲେ, ରେଡ ଲାଇଟ ଡେଇଁ ଖସି ପଳାଇଲେ କିମ୍ବା ମୋବାଇଲରେ କଥା ହୋଇ ଗାଡି ଚଳାଇଲେ ମାଡି ବସିବ ପୋଲିସ। କାମ ଦେବନି କୌଣସି ସୁପାରିସ ଓ ଫୋନ କଲ। ଯଦି ମଦ ପିଏ ଗାଡ଼ି ଚଲାଉଛନ୍ତି, ଆପଣଙ୍କ ପାଖରେ ଥାଉ ମାରୁତି କିମ୍ବା ମର୍ଶିଟିଜ୍ , ଜେଲ ଯିବା ସୁନିଶ୍ଚିନ୍ତ।

Get real time updates directly on you device, subscribe now.