fbpx

ଭୂଟାନ ଗସ୍ତର ସୁନ୍ଦର ଫଟୋ: ରାଜା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଲେ ସ୍ପେଶାଲ ଡିନର, ପରିବାର ସହ ବିତାଇଲେ ସମୟ

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଭୂଟାନ ଗସ୍ତରେ ଯାଇଥିଲେ । ସେ ୨୨ ଏବଂ ୨୩ ମାର୍ଚ୍ଚରେ ଭୂଟାନ ଯାତ୍ରା କରିଥିଲେ । ଏହି ସମୟରେ ଭୂଟାନର ରାଜା ଜିଗ୍ମେ ଖେସର ନାମଗ୍ୟାଲ ବାଙ୍ଗଚୁକ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅତିଥି ଚର୍ଚ୍ଚା କରିବା ଲାଗି ଲିଙ୍ଗକାନା ପ୍ୟାଲେସରେ ଅୟୋଜନ କରିଛନ୍ତି । ସେ ପ୍ରଧାନ ମନ୍ତ୍ରୀ ମୋଦୀଙ୍କ ପାଇଁ ଡିନରର ଆୟୋଜନ କରିଛନ୍ତି ।

ରାତ୍ରୀଭୋଜନ ପାଇଁ ରାଜାଙ୍କ ପୂରା ପରିବାର ଉପସ୍ଥିତ ଥିଲେ । ଏଥିରେ ପିଲାମାନେ ମଧ୍ୟ ସାମିଲ ଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଭୁଟାନର ଦୁଇ ଦିନିଆ ସାର୍ଥକ ରାଜକୀୟ ଯାତ୍ରା ଶନିବାର ଦିନ ଶେଷ କରିଥିଲେ । ଏହି ସମୟରେ ସେ ଥିମ୍ୟୁକୁ ବିକାଶ କାର୍ଯୟରେ ଭାରତର ପୂର୍ଣ୍ଣ ସହଯୋଗର ଆଶ୍ୱାସନା ଦେଇଛନ୍ତି ଏବଂ ତାଙ୍କୁ ପାଞ୍ଚ ବର୍ଷରେ ୧୦,୦୦୦ କୋଟି ଟଙ୍କାର ସହାୟତା କରିବା ଲାଗି ସଂକଳ୍ପ ନେଇଛନ୍ତି ।

 

Get real time updates directly on you device, subscribe now.