fbpx

୫ ଜଣଙ୍କୁ ଡମ୍ପର ଚଢ଼ାଇ ହତ୍ୟା ଘଟଣା, ୨ ଜଣଙ୍କୁ ଗିରଫ କଲା ପୋଲିସ

ଝାଲୱାର: ରାଜସ୍ଥାନର ଝାଲାଓ୍ଵାର ଜିଲ୍ଲାର ଭବାନୀ ମଣ୍ଡି ଅଞ୍ଚଳରେ ଏକ ହୃଦୟବିଦାରକ ଘଟଣା। ନିଷ୍ଠୁରତାର ପରିଚୟ ଦେଲେ ଦୁଇ ସାଙ୍ଗ। ଡମ୍ପର ଚଡାଇ ୫ ଜଣଙ୍କୁ ହତ୍ୟା । ଭବାନୀ ମଣ୍ଡି ର ପାଗରିଆ ଥାନା ଅନ୍ତର୍ଗତ ବିନୟଗା ଫାଣ୍ଟା ଗ୍ରାମରେ ପାରସ୍ପରିକ ବିବାଦକୁ କେନ୍ଦ୍ର କରି ଶନିବାର ବିଳମ୍ବିତ ରାତିରେ ଏକ ଡମ୍ପର ଧକ୍କାରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରଠାରୁ ଅଭିଯୁକ୍ତ ରଣଜିତ ସିଂହ ଓ ଡୁଙ୍ଗର ସିଂହ ଫେରାର ଥିଲେ। ପୁଲିସ ପ୍ରତ୍ୟେକ ଅଭିଯୁକ୍ତଙ୍କୁ ୧୦ ହଜାର ଟଙ୍କା ପୁରସ୍କାର ଘୋଷଣା କରିଥିଲା।

ଝାଲୱାର ଜିଲ୍ଲା ଏସପି ରିଚା ତୋମାର ଏକ ବିବୃତି ଜାରି କରି କହିଛନ୍ତି ଯେ, ଶନିବାର ଦିନ ବିନାୟାଗାର ବାସିନ୍ଦା ନାରାୟଣ ସିଂ ପୋଲିସକୁ ଖବର ଦେଇଥିଲେ ଯେ ପାରସ୍ପରିକ ବିବାଦ ପରେ ଭରତ ସିଂ, ଧୀରଜ ସିଂ, ତୁଫାନ ସିଂ, ଗୋବର୍ଦ୍ଧନ ସିଂ ଏବଂ ବାଲୁ ସିଂ ପୋଲିସ ରିପୋର୍ଟ ଦାଖଲ କରିବା ପାଇଁ ଦୁଇଟି ବାଇକ୍ ରେ ପାଗରିଆ ଥାନାକୁ ଯାଇଥିଲେ।

ସେମାନେ ଯିବା ମାତ୍ରେ ଅଭିଯୁକ୍ତ ରଣଜିତ ସିଂହ ଓ ଡୁଙ୍ଗର ସିଂହ ନିକଟରେ ଛିଡ଼ା ହୋଇଥିବା ଏକ ଡମ୍ପର ନେଇ ଦ୍ରୁତ ବେଗରେ ସେମାନଙ୍କ ପଛକୁ ଦୌଡ଼ିବାକୁ ଲାଗିଥିଲେ। ପ୍ରାୟ ୩୦୦ ମିଟର ପରେ ସେମାନେ ଡମ୍ପର ସହ ଏତେ ଜୋରରେ ଧକ୍କା ଦେଇଥିଲେ ଯେ ୫ ଜଣ ବହୁ ଦୂରରେ ପଡ଼ିଥିଲେ। ଦୁହେଁ ଡମ୍ପରକୁ ସେଠାରେ ଛାଡି ଫେରାର ହୋଇଯାଇଥିଲେ।

 

Get real time updates directly on you device, subscribe now.