fbpx

ହୋଲିରେ ନିରାଶ: ମାର୍ଚ୍ଚ ୨୬ରେ ସ୍କୁଲକୁ ଯିବେ ୧୯ ହଜାର ଶିକ୍ଷକ, ଯେଉଁମାନେ ନଯିବେ ସେମାନଙ୍କର ଦରମା କଟିବ

ନୂଆଦିଲ୍ଲୀ: ସାଧାରଣ ଭାବେ ରଙ୍ଗର ପର୍ବ ହୋଲିରେ ସମସ୍ତେ ନିଜ ପରିବାର, ବନ୍ଧୁ ପରିଜନଙ୍କ ସହ ମିଶି ହୋଲି ଖେଳିବାକୁ ଚାହିଁ ବସିଥାନ୍ତି । ତେବେ ଏପରି ସ୍ଥିତିରେ ଯଦି ଆପଣଙ୍କୁ ଛୁଟି ଦିନରେ ଅଫିସ ଯିବାକୁ କୁହାଯିବ, ତେବେ ଆପଣଙ୍କ ମନ କ’ଣ ହେବ କୁହନ୍ତୁ । ଏପରି କିଛି ଘଟିଛି ପାଖାପାଖି ୨୦ ହଜାର ଶିକ୍ଷକଙ୍କ ସହ । ହୋଲିରେ ସ୍କୁଲ ଖୋଲା ରହିବ । ସେଥିପାଇଁ ୧୯,୨୦୦ ଶିକ୍ଷକଙ୍କୁ ହୋଲି ଦିନ ଅର୍ଥାତ ମାର୍ଚ୍ଚ ୨୬ରେ ଦିନ ସ୍କୁଲକୁ ଯିବାକୁ ପଡ଼ିବ ।

ସୂଚନା ମୁତାବକ, ବିହାରରୁ ଆସିଛି ଏଭଳି ଏକ ବଡ଼ ଖବର । ରାଜ୍ୟରେ ଦୁଇଦିନ ହୋଲି ପାଳନ ହୋଇଥାଏ । ଦେଶର ଅଧିକାଂଶ ସ୍ଥାନରେ ମାର୍ଚ୍ଚ ୨୬ ସରକାରୀ ଛୁଟି ହୋଇଥାଏ । ତେବେ ଅଭିଭାବକଙ୍କ ଚାପକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୫କୁ ବିଦ୍ୟାର୍ଥୀଙ୍କ ପାଇଁ ଛୁଟି ଘୋଷଣା କରାଯାଇଥିଲା । ମାତ୍ର ଶିକ୍ଷକଙ୍କ ପାଇଁ ଛୁଟି ନଥିଲା । ପ୍ରକୃତ କଥା ହେଉଛି ମାର୍ଚ୍ଚ ୨୫ରୁ ୩୦ ପର୍ଯ୍ୟନ୍ତ ୧୯,୨୦୦ ଶିକ୍ଷକଙ୍କ ଟ୍ରେନିଂ ରହିଛି । ଏହି ଟ୍ରେନିଂ ଅବସରରେ ଶିକ୍ଷକମାନଙ୍କୁ ଫାଉଣ୍ଡେସନ ଲିଟରେସୀ ନ୍ୟୁମେରେସୀ (ଏଫଏଲଏନ) କିଟ ଜରିଆରେ ପଢ଼ାଇବାର ତରିକା କୁହାଯିବ । ତେଣୁ ଏପରି ସ୍ଥିତିରେ ହଜାର ହଜାର ଶିକ୍ଷକ ଏଥର ନିଜ ପରିବାର ସହ ହୋଲି ମନାଇପାରିବେ ନାହିଁ । ତେବେ ମାର୍ଚ୍ଚ ୨୫ରେ ଯେଉଁମାନେ ଅନୁପସ୍ଥିତ ରହିବେ ସେମାନଙ୍କର ସେହିଦିନର ଓ ପରବର୍ତ୍ତୀ ଦିନର ବେତନ କାଟି ଦିଆଯିବ ବୋଲି ମଧ୍ୟ କୁହାଯାଇଥିଲା ।

Get real time updates directly on you device, subscribe now.