fbpx

୧୦ଟି ରାଜ୍ୟକୁ ୨୮୧ଟ୍ୟାଙ୍କର ଅକ୍ସିଜେନ ପଠାଇଛନ୍ତି ଓଡିଶା ସରକାର

ଭୁବନେଶ୍ୱର ୦୪ । ୦୫ (ଓଡ଼ିଶା ଭାସ୍କର) : ୧୦ଟି ରାଜ୍ୟକୁ ଓଡିଶା ଯୋଗାଇଛି ୨୮୧ ଟ୍ୟାଙ୍କର ଅକ୍ସିଜେନ । ୧୨ ଦିନରେ ଗ୍ରୀନ କରିଡର ଯୋଗେ ୫୧୨୫ ଟନ ଅକ୍ସିଜେନ ପଠାଯାଇଛି । ସବୁଠାରୁ ଅଧିକ ଅକ୍ସିଜେନ ଆନ୍ଧ୍ରପ୍ରଦେଶକୁ ୮୩ ଟ୍ୟାଙ୍କର ଏବଂ ତେଲେଙ୍ଗାନାକୁ ୭୬ ଟ୍ୟାଙ୍କର ପଠାଇଛନ୍ତି ରାଜ୍ୟ ସରକାର। ସେହିପରି ମଧ୍ୟପ୍ରଦେଶକୁ ୨୬ ,ଉତ୍ତରପ୍ରଦେଶକୁ ୨୪ ଓ ଛତିଶଗଡ଼କୁ ୧୪ ଟି ଟ୍ୟାଙ୍କର ପଠାଯାଇଛି । ଦେଶରେ କରୋନା ସ୍ଥିତି ଧୀରେ ଧୀରେ ବିଗିଡ଼ିବାରେ ଲାଗିଛି । ଏନେଇ ଦେଶରେ ଅକ୍ସିଜେନ ସମସ୍ୟା ବଢ଼ୁଥିବାରୁ ଓଡିଶା ସରକାର ଅନ୍ୟ ରାଜ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ପ୍ରତିଶୁତି କରିଥିଲେ । ତେବେ ବର୍ତ୍ତମାନ ଯାଏ ରାଜ୍ୟ ସରକାର ଦେଶର ଅକ୍ସିଜେନ ସମସ୍ୟା ଦୂର କରିବାରେ ନିଜର ଚେଷ୍ଟା ଜାରି ରଖିଛନ୍ତି ।

Get real time updates directly on you device, subscribe now.