ଭୁବନେଶ୍ବର: ନୂଆ ବର୍ଷର ପ୍ରଥମ ଦିନ ସରିବା ପାଇଁ ଆଉ ମାତ୍ର କେଇ ଘଣ୍ଟା ବାକି ରହିଥିବା ବେଳେ ବିଳମ୍ବିତ ରାତିରେ ଖୁସି ଖବର ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗ୍ରାଚ୍ୟୁଇଟି ରାଶି ବଢାଇଲେ ମୋହନ ସରକାର । ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ୍ ଓ କଲେଜ କର୍ମଚାରୀଙ୍କ ଲାଗି ଏହା ଏକ ପ୍ରକାର ଖୁସି ଖବର । ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର ଶିକ୍ଷକ ଓ କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ବୃଦ୍ଧି କରାଯାଇଛି ।ଗ୍ରାଚ୍ୟୁଇଟି ରାଶି ବଢ଼ାଇଲେ ରାଜ୍ୟ ସରକାର । ମୃତ୍ୟୁ ଏବଂ ଅବସରକାଳୀନ ଗ୍ରାଚ୍ୟୁଇଟି ରାଶି ୫ ଲକ୍ଷରୁ ୭.୫୦ ଲକ୍ଷକୁ ବୃଦ୍ଧି କରିଥିବା ନେଇ ଘୋଷଣା କରାଯାଇଛି । ଗ୍ରାଚ୍ୟୁଇଟି ରାଶି ବୃଦ୍ଧି ସମ୍ବନ୍ଧୀୟ ପ୍ରସ୍ତାବକୁ ମୋହନ ମାଝୀ ଅନୁମୋଦନ କରିଛନ୍ତି ।