KIIT student death case: ଗଠନ ହେଲା ଉଚ୍ଚସ୍ତରୀୟ କମିଟି, ଦୋଷୀ ସାବ୍ୟସ୍ତ ହେଲେ ସରକାର ନେବେ…

କିଟ୍‌ ଘଟଣାକୁ ନେଇ ଆକ୍ସନ ମୋଡରେ ରାଜ୍ୟ ସରକାର । ଉଚ୍ଚସ୍ତରୀୟ କମିଟି ଗଠନ ।

ଭୁବନେଶ୍ବର: କିଟ୍‌ ଘଟଣାକୁ ନେଇ ବର୍ତ୍ତମାନ ଚାରିଆଡେ ଚର୍ଚ୍ଚା । ଛାତ୍ରଛାତ୍ରୀମାନେ ଧାରଣାରେ ବସିଥିବା ବେଳେ ଅଚ୍ୟୁତ ସାମନ୍ତଙ୍କ ଗିରଫ ଦାବି ମଧ୍ୟ କରାଯାଉଛି । ଏହାରି ଭିତରେ କୋଠର ହୋଇଛନ୍ତି ରାଜ୍ୟ ସରକାର । ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରି ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଛାତ୍ରୀ ମୃତ୍ୟୁ ଘଟଣାର ତଦନ୍ତ ନେଇ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଏହି କମିଟିରେ ୩ଟି ବିଭାଗର ସଚିବଙ୍କୁ ସ୍ଥାନ ଦିଆଯାଇଛି । କମିଟିରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, କମିଟିରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପ୍ରମୁଖ ସଚିବ, ଉଚ୍ଚ ଶିକ୍ଷା ବିଭାଗର ସଚିବ ରହିଛନ୍ତି ।

ଛାତ୍ରଛାତ୍ରୀଙ୍କୁ ଘରୋଇ ସୁରକ୍ଷାକର୍ମୀ କେଉଁ ପରିସ୍ଥିତିରେ ମାଡ଼ ମାରିଲେ ତାହାର ମଧ୍ୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି ।

ସମସ୍ତ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସମ୍ମାନ ନେଇ ସରକାର ପ୍ରତିଶ୍ରୁତିବଦ୍ଧ । ନ୍ୟାୟ ଦେବା ରାଜ୍ୟ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେବେ ବୋଲି କହିଛନ୍ତି ।