fbpx

ଓଡ଼ିଶାରେ ଲାଗୁ ହେବ Students Sports Policy: ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷା ବିଭାଗର ନୂଆ ଯୋଜନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍କୁଲ ଓ କଲେଜ ସମୟରେ ହିଁ ଅଧିକାଂଶ ଛାତ୍ରଛାତ୍ରୀଙ୍କର ପ୍ରତିଭାର ବିକାଶ ହୋଇଥାଏ । ଏହି ସମୟରେ ଛାତ୍ରଛାତ୍ରୀମାନେ ଜିଲ୍ଲା ତଥା ରାଜ୍ୟର ଅନେକ ପ୍ରତିଯୋଗିତାରେ ଭାଗ ନେଇ ନିଜ ନିଜର ଦକ୍ଷତାର ପ୍ରତିପାଦନ କରିଥାନ୍ତି । ତେବେ ଛାତ୍ରଛାତ୍ରୀମାନେ କିପରି କ୍ରୀଡ଼ା କ୍ଷେତ୍ରରେ ଉଚ୍ଚକୋଟୀର ପ୍ରଦର୍ଶନ କରିପାରିବେ ସେନେଇ ରାଜ୍ୟ ସରକାର ନୂଆ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି ।

ସୂଚନା ମୁତାବକ, ରାଜ୍ୟରେ ଷ୍ଟୁଡେଣ୍ଟସ ସ୍ପୋର୍ଟ୍ସ ପଲିସୀ ଲାଗୁ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ଯୋଜନା କରୁଛି । ସେଥିପାଇଁ ରାଜ୍ୟ କ୍ରୀଡ଼ା ବିଭାଗ, ବିଶ୍ୱବିଦ୍ୟାଳୟ କ୍ରୀଡ଼ା ବିଭାଗ ସହିତ ଉଚ୍ଚଶିକ୍ଷା ପରିଷଦର ଆଲୋଚନା ଚାଲିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିରନ୍ତର ପ୍ରୟାସ ପାଇଁ ଓଡ଼ିଶା ଆଜି କେବଳ ଭାରତ ନୁହେଁ ବିଶ୍ୱରେ କ୍ରୀଡ଼ାର ହବ୍ ପାଲଟିଛି । ତେଣୁ ରାଜ୍ୟର କ୍ରୀଡ଼ାବିତଙ୍କୁ ଉତ୍ସାହିତ କରି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପ୍ରତିଭାବାନ ଖେଳାଳି ପ୍ରସ୍ତୁତ କରିବା ଲକ୍ଷ୍ୟ ରଖାଯାଇଥିବା ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଉଚ୍ଚ ଶିକ୍ଷା ବିଭାଗ ପାଇଁ ଷ୍ଟାଟ୍ ଅପ୍ ପଲିସୀ ଆସିବ ବୋଲି ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏଥିପାଇଁ ଲୋକସେବା ଭବନରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯୁକ୍ତିତିନି ଓ ପିଜି ସ୍ତରରେ ପିଲାଙ୍କୁ ପ୍ରି-ଷ୍ଟାର୍ଟ ଅପ୍ କାର୍ଯ୍ୟକ୍ରମରେ ସାମିଲ କରି ସେମାନଙ୍କୁ କିପରି ରୋଜଗାରକ୍ଷମ କରାଯିବ ସେନେଇ ଆଲୋଚନା ହୋଇଥିଲା ।

Get real time updates directly on you device, subscribe now.