fbpx

ପରାଜୟ ପରେ ଆଣ୍ଠୁ ମାଡ଼ି ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଲେ ମରୋକୋ ଖେଳାଳି, ଇସଲାମ ଧର୍ମ ଗ୍ରହଣ କରିବାକୁ ଲୋକଙ୍କୁ କଲେ ଆମନ୍ତ୍ରଣ

ନୂଆଦିଲ୍ଲୀ: କାତାରରେ ଚାଲିଥିବା ଫୁଟବଲ୍ ବିଶ୍ୱକପ୍ ୨୦୨୨ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସୋମବାର ଅର୍ଥାତ୍ ୧୮ ତାରିଖରେ ଅର୍ଜେଣ୍ଟିନା ଏବଂ ଫ୍ରାନ୍ସ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯିବ। ତେବେ ଏହି ବିଶ୍ୱକପ୍‌ର ଆଶ୍ଚର୍ଯ୍ୟକର ପ୍ରଦର୍ଶନ କରି ସମସ୍ତଙ୍କୁ ଚକିତ କରିଥିବା ଟିମ୍ ହେଉଛି ମରୋକୋ। ମରୋକୋ ଲିଗ୍ ପର୍ଯ୍ୟାୟରେ ସ୍ପେନ୍ ଏବଂ ନକ୍ ଆଉଟ୍ ପର୍ଯ୍ୟାୟରେ ପର୍ତ୍ତୁଗାଲ ଭଳି ଟିମ୍‌କୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଥିଲା।

ତେବେ ବୁଧବାର, ମୋରୋକୋ ଡିଫେଣ୍ଡିଂ ଚାମ୍ପିଅନ ଫ୍ରାନ୍ସଠାରୁ ସେମିଫାଇନାଲ୍‌ରେ ହାରି ବିଶ୍ୱକପ୍ ଯାତ୍ରା ଶେଷ କରିଛି। ଏହି ମ୍ୟାଚ୍ ପରେ ମରୋକୋର ଖେଳାଳିମାନେ ସେମାନଙ୍କର ଏହି ଯାତ୍ରାରେ ସମର୍ଥନ ପାଇଁ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଥିଲେ। ଏବଂ ‘ସାଜଦା ଅଲ ଶୁକର’ ପ୍ରଦାନ କରିଥିଲେ ଯାହାର ଅର୍ଥ ହେଉଛି ବିଶ୍ୱକପ ୨୦୨୨ ସେମିଫାଇନାଲ ମ୍ୟାଚରେ ଫ୍ରାନ୍ସ ସେମାନଙ୍କୁ ପରାସ୍ତ କରିବା ପରେ ଭୂମିରେ କୃତଜ୍ଞତାର ପ୍ରଣାମ । ଏହାପରେ ସେମାନଙ୍କର ପ୍ରାର୍ଥନାର ଚିତ୍ର ଇଣ୍ଟରନେଟରେ ଭାଇରାଲ ହୋଇଥିଲା।

ମୋରୋକୋ ଖେଳାଳିମାନେ ପର୍ତ୍ତୁଗାଲକୁ ପରାସ୍ତ କରିବା ପରେ ଇତିହାସରେ ପ୍ରଥମ ଥର ପାଇଁ ବିଶ୍ୱକପ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ, ଏହି ପ୍ରକ୍ରିୟାରେ ପ୍ରଥମ ଆରବ ରାଷ୍ଟ୍ର ତଥା ପ୍ରଥମ ଆଫ୍ରିକୀୟ ରାଷ୍ଟ୍ର ହୋଇ ବିଶ୍ୱକପର କ୍ୱାର୍ଟର ଫାଇନାଲରେ ପହଞ୍ଚିଥିଲେ ।

ଏହାପୂର୍ବରୁ, ସ୍ପେନ ଉପରେ ବିଜୟ ପରେ ଦଳ ବିଶ୍ୱକପ କ୍ୱାର୍ଟର ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବା ପରେ ଦଳର ସଦସ୍ୟମାନେ ସେମାନଙ୍କ ପ୍ରଶଂସକ ଏବଂ ସାଧାରଣତ ଲୋକଙ୍କୁ ଇସଲାମ ଧର୍ମ ଗ୍ରହଣ କରିବାକୁ କହୁଥିବାର ନଜର ଆସିଥିଲେ । ଖବର ଅନୁଯାୟୀ, ସ୍ପେନ ବିପକ୍ଷ ମ୍ୟାଚ୍ ପରେ ଜାକରିଆ ଆବୁଖଲ୍ ଏବଂ ଅବଦେଲହମିଦ୍ ସାବୀର ନାମକ ଦୁଇ ଖେଳାଳି ନିଜ ହୋଟେଲକୁ ଫେରି ଏକ ଲାଇଭ୍ ଷ୍ଟ୍ରିମ୍ ପ୍ରସାରଣ କରିଥିଲେ ଯେଉଁଥିରେ ସେମାନେ ଦର୍ଶକଙ୍କୁ ଇସଲାମ ଧର୍ମ ଗ୍ରହଣ କରିବାକୁ ଆମନ୍ତ୍ରଣ କରିଥିଲେ ।

 

View this post on Instagram

 

A post shared by OpIndia (@opindia_com)

ଏହି ସମୟରେ ସେମାନେ କହିଥିଲେ, ‘ଆଲହାମଦୁଲିଲା । ଆମେ ବିଶ୍ୱକପ୍‌ର କ୍ୱାର୍ଟର ଫାଇନାଲରେ ପହଞ୍ଚିଛୁ ଏବଂ ଇତିହାସରେ ଏହା ପ୍ରଥମ ଥର ପାଇଁ ଘଟିଛି । ଏସବୁ ଆଲ୍ଲାଙ୍କ କାରଣରୁ। ଆଲ୍ଲା-ହୁ-ଆକବର। ଆମ ସାଥିରେ ଯୋଗଦାନ କରନ୍ତୁ । ଆମ ସାଥିରେ ଯୋଗଦାନ କରନ୍ତୁ । ଇସଲାମରେ ଯୋଗ ଦିଅ । ଆସ । ଶାନ୍ତିରେ ଆସନ୍ତୁ’, ଖେଳାଳିମାନେ ଭିଡିଓରେ କହୁଥିବାର ଶୁଣିବାକୁ ମିଳିଥିଲା।

ତେବେ ଫିପା ବିଶ୍ୱକପ୍ ଆୟୋଜକ ଦେଶ କାତାର ଅଣ-ମୁସଲମାନ ପରିଦର୍ଶକମାନଙ୍କ ସହ ଇସଲାମକୁ ପରିଚିତ କରାଇବା ପାଇଁ ସମସ୍ତ ବ୍ୟବସ୍ଥା କରିଥିଲା । ଏହା ୩୦ ରୁ ଅଧିକ ବିଭିନ୍ନ ଭାଷାରେ ମହମ୍ମଦଙ୍କ ବିଷୟରେ ଜଣାଇବା ପାଇଁ ପର୍ଯ୍ୟଟନ ସ୍ଥଳରେ ଅନେକ ଡିଜିଟାଲ୍ ବୋର୍ଡ ସ୍ଥାପନ କରିଥିଲା । ଏହା ସହିତ ଇସଲାମ ଏବଂ ମହମ୍ମଦ ସମ୍ବନ୍ଧୀୟ ପୁସ୍ତକ ମଧ୍ୟ ପରିଦର୍ଶକମାନଙ୍କୁ ବଣ୍ଟନ କରାଯାଇଥିଲା ।

ଏସବୁ ମଧ୍ୟରେ କାତରାକୁ ବିଶ୍ୱକପ୍ ଦେଖିବାକୁ ଆସିଥିବା ୫୫୮ ପରିଦର୍ଶକ ମୁସିଲିମ୍ ଧର୍ମ ଗ୍ରହଣ କରିଥିବା ଅଭିଯୋଗ ହୋଇଛି । ଏହା ପରେ ଆରବ ଜଗତର ଅନେକ ସାମ୍ବାଦିକ ବିଶ୍ୱକପ ଭଳି କାର୍ଯ୍ୟକ୍ରମରେ ଇସଲାମକୁ ପ୍ରୋତ୍ସାହିତ କରିବା କାର୍ଯ୍ୟକୁ ସମାଲୋଚନା କରିଥିଲେ ।

 

 

 

Get real time updates directly on you device, subscribe now.