fbpx

ବିନା ମୂଲ୍ୟରେ ଭିନ୍ନକ୍ଷମଙ୍କୁ ମିଳିବ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଓ ଶ୍ରବଣ ସହାୟକ ଯନ୍ତ୍ର: ସରକାରଙ୍କ ନୂଆ ସୁବିଧା

ଭୁବନେଶ୍ୱର: ଭିନ୍ନକ୍ଷମଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଏକ ବଡ଼ ସୁବିଧା ଯୋଗାଇ ଦିଆଯାଉଛି । ବିନା ମୂଲ୍ୟରେ ଭିନ୍ନକ୍ଷମମାନେ ସ୍ୱତନ୍ତ୍ର କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଏବଂ ଶ୍ରବଣ ସହାୟକ ଯନ୍ତ୍ର ପାଇପାରିବେ । ଭିନ୍ନକ୍ଷମମାନଙ୍କ ପାଇଁ ଅନେକ ଯୋଜନା ଥିଲେ ମଧ୍ୟ ଏମାନଙ୍କର ସମସ୍ୟାର ସମାଧାନ ହୋଇ ପାରୁନାହିଁ । ତେଣୁ ରାଜ୍ୟ ସରକାର ଏହି ଭିନ୍ନକ୍ଷମଙ୍କ ପାଇଁ ବିନା ମୂଲ୍ୟରେ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଏବଂ ଶ୍ରବଣ ଯନ୍ତ୍ର ଯୋଗାଉଛନ୍ତି । ମାଗଣାରେ ମିଳୁଥିବା ଏହି ଉପକରଣକୁ ପାଇବାକୁ ହେଲେ http://ssepd.gov.in ପୋର୍ଟାଲରେ ପଞ୍ଜିକରଣ କରିବାକୁ ହେବ । ମୋବାଇଲ ଦ୍ୱାରା ପଞ୍ଜିକରଣ କରିବା ପରେ ଏହି ଲିଙ୍କରେ ଦିଆଯାଇଥିବା ପଦକ୍ଷେପ ଅନୁସାରେ ଆଗକୁ ବଢନ୍ତୁ । ଯଦି କୌଣସି ସନ୍ଦେହ ସୃଷ୍ଟି ହୁଏ ତେବେ ଦିଆଯାଇଥିବା ହେଲ୍ପଲାଇନରେ ଯୋଗାଯୋଗ କରି ପାରିବେ । ତେବେ ଛାତ୍ରଛାତ୍ରୀ ଏବଂ ୬ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ କାନ ଉପରେ ଓ କାନ ଭିତରେ ( ବି.ଟି.ଇ./ ଆଇ.ଟି.ସି.) ଶ୍ରବଣ ସହାୟକ ଯନ୍ତ୍ର ମିଳିବ । ଭିନ୍ନକ୍ଷମମାନଙ୍କ ସୁବିଧା ପାଇଁ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଓ ଅନ୍ୟାନ୍ୟ ସହାୟକ ଉପକରଣ ମାଗଣାରେ ମିଳିବ ।

Get real time updates directly on you device, subscribe now.