fbpx
BJD SKY
BJD SKY

ପ୍ରମୋଦ ଭଗତଙ୍କୁ ଖେଳ ରତ୍ନ ଓ ଦୀପ୍ ଗ୍ରେସଙ୍କୁ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ୍

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟୋକିଓ ପାରା ଅଲିମ୍ପିକ୍ସ ପାଇଁ ମନୋନୀତ ହୋଇଥିବା ଭାରତୀୟ ପାରା ସଟଲର୍ ବା ବ୍ୟାଡମିଣ୍ଟନ୍ ଖେଳାଳି ପ୍ରମୋଦ ଭଗତଙ୍କୁ ରାଜୀବ ଗାନ୍ଧି ଖେଳ ରତ୍ନ ପୁରସ୍କାର ପାଇଁ ସୁପାରିସ୍ କରିଛନ୍ତି ଓଡ଼ିଶା ସରକାର । ଏଥିସହ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ (ଡିଏସୱାଇଏସ୍) ପକ୍ଷରୁ ଭାରତୀୟ ମହିଳା ହକି ଟିମର ଉପ-ଅଧିନାୟିକା ଦୀପ୍ ଗ୍ରେସ୍ ଏକ୍କାଙ୍କୁ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ୍ କରାଯାଇଛି ।

ଏନେଇ ଡିଏସୱାଇଏସ ପକ୍ଷରୁ ଟ୍ୱିଟ୍ ଜରିଆରେ ସୂଚନା ଦିଆଯାଇଛି । ଦେଶର ସବୁଠୁ ସମ୍ମାନଜନକ କ୍ରୀଡ଼ା ପୁରସ୍କାର ପାଇଁ ପ୍ରମୋଦ ଓ ଅର୍ଜୁନ ପୁରସ୍କାର ପାଇଁ ଦୀପ୍ ଗ୍ରେସଙ୍କ ନାମ ଚୟନ କରାଯିବା ପରେ ବିଭିନ୍ନ ମହଲରେ ଖୁସି ପ୍ରକାଶ ପାଇଛି । ଏଠାରେ ସୂଚନା ଯୋଗ୍ୟ ଯେ ପ୍ରମୋଦ ସମ୍ପ୍ରତି ଏସଏଲ୍୩ କ୍ୟାଟୋଗୋରିରେ ନଂ-୧ ର୍ୟାଙ୍କରେ ରହିଥିବାବେଳେ ୨୦୧୯ରେ ତାଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଥିଲା । ସେ ୨୦୧୯ରେ ୧୨ଟି ସ୍ୱର୍ଣ୍ଣ, ୫ ସିଲଭର୍ ଓ ୪ ବ୍ରୋଞ୍ଜ୍ ପଦକ ହାସଲ କରିବା ସହ ୱାର୍ଲଡ ଚାମ୍ପିଅନଶିପ୍ ଟାଇଟଲ୍ ଅଧିକାର କରିଥିଲେ । ସେହିପରି ଚଳିତବର୍ଷ ଦୁବାଇ ପାରା-ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍ ରେ ପ୍ରମୋଦ ୨ଟି ଗୋଲ୍ଡ ଓ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିଥିବାବେଳେ ଟୋକିଓ ଅଲିମ୍ପିକକୁ ନେଇ ଖୁବ୍ ଆଶାବାଦୀ ରହିଛନ୍ତି । ଅଲିମ୍ପିକ୍ସରେ ପ୍ରଥମଥର ପାଇଁ ବ୍ୟାଡମିଣ୍ଟନ୍ ସ୍ଥାନ ପାଇଛି।

ଅନୁରୂପ ଭାବେ ଦୀପ୍ ଗ୍ରେସ୍ ଏକ୍କା (୨୭) ୧୫୦ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବାବେଳେ ଭାରତୀୟ ମହିଳା ହକି ଟିମ୍ ପାଇଁ ସବୁଠୁ ଭରସାଯୋଗ୍ୟ ଡିଫେଣ୍ଡର୍ । ୨୦୧୮ ଏସିଆନ୍ ଗେମ୍ସରେ ମଧ୍ୟ ଦୀପଙ୍କ ପ୍ରଦର୍ଶନ ଉଲ୍ଲେଖନୀୟ ରହିଥିଲା ।

Get real time updates directly on you device, subscribe now.