fbpx

ଷ୍ଟାନ୍ ସ୍ୱାମୀଙ୍କର ଶବଦାହକୁ ଅନଲାଇନରେ ଦେଖିବେ ପରିବାର ଲୋକେ

ଚେନ୍ନାଇ: ସମାଜସେବୀ ଷ୍ଟାନ୍ ସ୍ୱାମୀଙ୍କର ସୋମବାର ଦେହାନ୍ତ ହୋଇଯାଇଥିଲା । ତାଙ୍କର ୮୪ ବର୍ଷରେ ଦେହାନ୍ତ ହୋଇଥିବା ଜଣାପଡ଼ିଛି । ତେବେ ତାଙ୍କର ପରିବାର ଲୋକେ ତାଙ୍କର ଶବଦାହକୁ ଲାଇଭ୍ ଦେଖିବେ । ଏସଟି ପିଟରସ୍ ଚର୍ଚ୍ଚ ବାଣ୍ଡ୍ରା ୟୁଟ୍ୟୁବ୍ ପେଜ୍ ରେ ତାଙ୍କର ଶବଦାହକୁ ଅନଲାଇନ୍ ଦେଖିପାରିବେ ପରିବାର ଲୋକେ ।
ଷ୍ଟାନ୍ ସ୍ୱାମୀଙ୍କର ଘରେ ବର୍ତ୍ତମାନ ତାଙ୍କ ଭାଇ ଓ ତାଙ୍କ ସ୍ତ୍ରୀ ରହୁଛନ୍ତି । ଏଥିସହିତ ତାଙ୍କ ସହିତ ନାତି ନାତୁଣୀ ମାନେ ମଧ୍ୟ ରହୁଛନ୍ତି । ଷ୍ଟାନ୍ ସ୍ୱାମୀଙ୍କର ୨୬ ବର୍ଷିୟ ବଡ଼ ନାତି ବେନିତୋ ପ୍ରଭୁ କହିଛନ୍ତି ଯେ, ସନ୍ଧ୍ୟା ୪ ସମୟରେ ଶବଦାହର ଅନଲାଇନ୍ ଦେଖିପାରିବେ ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ।

Get real time updates directly on you device, subscribe now.