fbpx

ଦଲାଇଲାମାଙ୍କୁ ଏମିତି ଶୁଭେଚ୍ଛା ଜଣାଇଲେ ମୋଦୀ

ନୂଆଦିଲ୍ଲୀ: ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତରେ ରାଜନୈତିକ ଆଶ୍ରୟ ଗ୍ରହଣ କରିଥିବା ବୌଦ୍ଧ ଧର୍ମର ଏହି ଗୁରୁଙ୍କୁ ୮୬ ତମ ଜନ୍ମଦିନ ଅବସରରେ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୋଦୀ । ୮୬ତମ ଜନ୍ମଦିବସ ଅବସରରେ ଦଲାଇଲାମାଙ୍କ ସହିତ ଫୋନରେ କଥା ହେଲି । ସେ ସବର୍ଦା ସୁସ୍ଥ ରୁହନ୍ତୁ ଏବଂ ତାଙ୍କର ଦୀର୍ଘ ଜୀବନ କାମନା କରିଥିବା ନେଇ ମୋଦି ଟ୍ୱିଟ୍ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ଚୀନ୍ ଅବୈଧ ଭାବରେ ତିବ୍ଦତକୁ ଅକ୍ତିଆର କରିବା ପରେ ଦଲାଇଲାମା ଭାରତରେ ଅବସ୍ଥାନ କରୁଛନ୍ତି ।

୧୪ତମ ଲାମା ୧୯୫୯ରୁ ଭାରତରେ ରାଜନୈତିକ ଶରଣାର୍ଥୀ ଭାବରେ ଆଶ୍ରୟ ନେଉଛନ୍ତି । ମଙ୍ଗଳବାର ୮୬ ତମ ଜନ୍ମ ଦିନ ଅବସରରେ ଏକ ଭିଡିଓ ବାର୍ତ୍ତା ଜରିଆରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହିତ ଭାରତର ଧାର୍ମିକ ସଦଭାବନାକୁ ଦଲାଇଲାମା ବେଶ ପ୍ରଶଂସା କରିଛନ୍ତି । ବିଗତ ବର୍ଷ ଚୀନ ସହିତ ଲଦାଖ ସୀମାରେ ଲଢେଇ ସମୟରେ ପ୍ରଧାନମନ୍ତ୍ରୀ ଅଥବା ରାଷ୍ଟ୍ରପତି ଦଲାଇଲାମାଙ୍କୁ ଶୁଭେଚ୍ଛା ଜଣାଇନଥିଲେ ।

Get real time updates directly on you device, subscribe now.