fbpx

ନୂଆ ନୂଆ ବାହା ହେଲେ ମିଳିବ କଣ୍ଡୋମ୍ ପିଲସ୍, ଆଇନା, ଟିକିଲି, ପାନିଆ ଗିଫ୍ଟ: ନବଦମ୍ପତିଙ୍କ ପାଇଁ ରାଜ୍ୟ ସରକାରଙ୍କ ନୂଆ ଯୋଜନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ରାଜ୍ୟବାସୀଙ୍କ ହିତ ସାଧନ ପାଇଁ ଅନେକ ନୂଆ ନୂଆ ଯୋଜନା ପ୍ରଣୟନ କରିଥାନ୍ତି । ତେବେ ଏହି କ୍ରମରେ ଯୋଡ଼ି ହେବାକୁ ଯାଉଛି ଆଉ ଏକ ନୂଆ ଯୋଜନା । ଏଣିକି ରାଜ୍ୟରେ ନୂଆ କରି ବିବାହ କରୁଥିବା ଦମ୍ପତିଙ୍କୁ ରାଜ୍ୟ ସରକାର ଉପହାର ପ୍ରଦାନ କରିବେ । ସ୍ୱାସ୍ଥ୍ୟ ବିଭାଗର ଆନୁକୂଲ୍ୟରେ ଏନଆରଏଚଏମ ତରଫରୁ ଏହି ‘ନବଦମ୍ପତି ଗିଫ୍ଟ’ ପ୍ରଦାନ କରାଯିବ ।

ନବଦମ୍ପତିଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି । ଏଣିକି ନବଦମ୍ପତିମାନେ ପ୍ରଥମ ଓ ଦ୍ୱିତୀୟ ସନ୍ତାନ ମଧ୍ୟରେ ଅତିକମରେ ୩ ବର୍ଷର ବ୍ୟବଧାନ ରଖିବେ । ନବଦମ୍ପତିଙ୍କୁ କଣ୍ଡୋମ ଓରାଲ କଣ୍ଟ୍ରାସେପ୍ଟିକ ପିଲସ, ପ୍ରେଗନାନ୍ସି ଟେଷ୍ଟିଂ କିଟ, ବିବାହ ପଞ୍ଜିକରଣ ଫର୍ମ, ଏମରଜେନ୍ସି କଣ୍ଟ୍ରାସେପ୍ଟିକ ପିଲସ, ନେଲ କଟର, ଆଇନା, ପାନିଆ, ଟିକିଲି, ରୁମାଲ, ପରିବାର କଲ୍ୟାଣ ପୁସ୍ତିକା ଆଦି ପ୍ରଦାନ କରାଯିବ ।

ରାଜ୍ୟ ସରକାରଙ୍କର ଏହି ଯୋଜନା ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ କାର୍ଯ୍ୟକାରୀ ହେବ । ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସରକାର ଏହି ନୂଆ ଯୋଜନା ଲାଗୁ କରିବାକୁ ଯାଉଛନ୍ତି । ଆସନ୍ତା ସେପ୍ଟେମ୍ବର ମାସରୁ ନବଦମ୍ପତିଙ୍କୁ ମ୍ୟାରେଜ୍ ଗିଫ୍ଟ ଯୋଜନା ପ୍ରଦାନ କରାଯିବ । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଓ ଏନଆରଏଚଏମ ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.