fbpx
BSKY
BJD MC SKY
BJD YOUTH SKY

ଡିସେମ୍ବର ପାଇଁ ଆସିଲା ରାଜ୍ୟ ସରକାରଙ୍କ ଗାଇଡଲାଇନ

ଭୁବନେଶ୍ୱର,୩୦/୧୧(ଓଡିଶା ଭାସ୍କର): ଡିସେମ୍ବର ପାଇଁ ଆସିଲା ରାଜ୍ୟ ସରକାରଙ୍କ କୋରୋନା ଗାଇଡଲାଇନ । ଡିସେମ୍ବର ୩୧ ଯାଏ କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଜାରି ରହିବ ଲକଡାଉନ । ଗାଇଡ଼ଲାଇନ ଅନୁସାରେ , ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ମେଡିକାଲ କଲେଜ । ଧାର୍ମିକ ଅନୁଷ୍ଠାନ ଖୋଲିବା ନିଷ୍ପତ୍ତି ନେବ ସ୍ଥାନୀୟ ପ୍ରଶାସନ ।

ବିବାହ ଉତ୍ସବରେ ଶୋଭାଯାତ୍ରା ମନା ହୋଇଛି। ୨୦୦ରୁ ଅଧିକ ଲୋକ ଏକାଠି ହେବେନି । ଡିସେମ୍ବର ହେବାକୁ ଥିବା ତୋଷାଳୀ ମେଳା, ଶିଶିର ସରସ ମେଳା ଏଥର ବନ୍ଦ । ଅଙ୍ଗନବାଡ଼ି କେନ୍ଦ୍ର, ସିନେମା ହଲ୍‌, ଥିଏଟର, ସୁଇମିଂ ପୁଲ୍‌ ବନ୍ଦ ରହିବ । ଅନଲାଇନ୍‌ ପାଠପଢ଼ା ଓ ପରୀକ୍ଷା ପାଇଁ କଟକଣା ଲାଗୁ ହେବନି ।

Get real time updates directly on you device, subscribe now.