fbpx

ଓଡ଼ିଶା ହାଇକୋର୍ଟ ପକ୍ଷରୁ ପୁଣି ନିଯୁକ୍ତି: ଜୁନିୟର ଷ୍ଟେନୋଗ୍ରାଫର ପଦ ପାଇଁ ଆରମ୍ଭ ହେଲା ଆବେଦନ

AAKASH

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ହାଇକୋର୍ଟ ତରଫରୁ ଆସିଛି ଏକ ନିଯୁକ୍ତି ସୁଯୋଗ । ପୂର୍ବରୁ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ଏବେ ଜୁନିୟର ଷ୍ଟେନୋଗ୍ରାଫର ପଦ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ମେ ୨୦ ତାରିଖ ସକାଳ ୧୦ଟା ଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଜୁନ ମାସ ୧୮ ତାରିଖ ରାତି ୧୧.୫୯ ପର୍ଯ୍ୟନ୍ତ ଜାରି ରହିବ । ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ କରିବାକୁ ପୂର୍ବରୁ ନିମ୍ନୋକ୍ତ ପ୍ରଦତ୍ତ ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ମୋଟ ୩୫ଟି ପଦ ଖାଲି ରହିଥିବା ବେଳେ ସେଥିମଧ୍ୟରୁ ୧୨ଟି ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଅଣସଂରକ୍ଷିତ ପାଇଁ ୧୦ଟି, ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ଶ୍ରେଣୀ (ଏସଇବିସି)ଙ୍କ ପାଇଁ ୫ଟି, ଅନୁସୂଚିତ ଜନଜାତି (ଏସଟି)ଙ୍କ ପାଇଁ ୧୨ଟି ଓ ଅନୁସୂଚିତ ଜାତି (ଏସସି)ଙ୍କ ପାଇଁ ୮ଟି ପଦ ଖାଲି ରହିଛି । ଚଳିତ ବର୍ଷ ମେ ମାସ ୧୪ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ଯୋଗ୍ୟତା ୨୧ ଓ ସର୍ବାଧିକ ବୟସ ଯୋଗ୍ୟତା ୩୨ ବର୍ଷ ହୋଇଥିବା ଆବଶ୍ୟକ ।

ଏସସି, ଏସଟି, ଏସଇବିସି ଓ ମହିଳା ପ୍ରାର୍ଥୀଙ୍କ ପାଇଁ ୫ ବର୍ଷର ବୟସ କୋହଳ କରାଯିବ । ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ପ୍ରାର୍ଥୀ ଯେ କୌଣସି ବିଷୟରେ ସ୍ନାତକ ପାସ୍ କରିଥିବା ଆବଶ୍ୟକ । ଏଥିସହିତ ମିନିଟ୍ ପ୍ରତି ୮୦ଟି ଶବ୍ଦ ଶର୍ଟହାଣ୍ଡ ସ୍ପିଡ୍ ଓ ମିନିଟ୍ ପ୍ରତି ୪୦ଟି ଶବ୍ଦ ଟାଇପରାଇଟିଂ କରିପାରୁଥିବେ । ପ୍ରାର୍ଥୀଙ୍କର କମ୍ପ୍ୟୁଟର ଆପ୍ଲିକେସନରେ ଆବଶ୍ୟକ ଦକ୍ଷତା ରହିଥିବା ଆବଶ୍ୟକ । ଇଂରାଜୀରେ କ୍ୱାଲିଫାଇଂ ଟେଷ୍ଟ, କମ୍ପ୍ୟୁଟର ଆପ୍ଲିକେସନ ଟେଷ୍ଟ ଓ ସ୍କିଲ ଟେଷ୍ଟ ଆଧାରରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ ।

ବିଜ୍ଞପ୍ତି ଲିଙ୍କ: https://www.orissahighcourt.nic.in/recruitment-corner-pdf-view/211/

 ଆବେଦନ ଲିଙ୍କ: https://ohcrecruitment.in/ohc/index_new.php

Get real time updates directly on you device, subscribe now.