fbpx

(Video) KKR ର ବିଜୟ ପରେ ଅବରାମଙ୍କ ମଥାକୁ ଚୁମ୍ବନ ଦେଲେ ଶାହରୁଖ ଖାନ, ଖୁସିରେ ନାଚିଲେ ସୁହାନା, ଭିଡିଓ ଭାଇରାଲ

AAKASH

ନୂଆଦିଲ୍ଲୀ: କୋଲକାତା ନାଇଟ ରାଇଡର୍ସ ମଙ୍ଗଳବାର ଦିନ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳୁଥିବା ମୁକାବିଲାରେ ୮ ୱିକେଟରେ ଧମାକାଦାର ବିଜୟ ହାସଲ କରିଛି ଏବଂ ଏଥିସହ ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ର ଫାଇନାଲରେ ପ୍ରବେଶ କରିଛି । ଟିମର ଏହି ବିଜୟ ପରେ ଶାହରୁଖ ଖାନଙ୍କର ମଧ୍ୟ ଖୁସିର ସୀମା ରହିନାହିଁ । ଶାହରୁଖ ଖାନଙ୍କ ଟିମ କେକେଆର ସନରାଇଜର୍ସ ହାଇଦ୍ରାବାଦକୁ ୮ ୱିକେଟରେ ହରାଇବାରେ ସଫଳ ହୋଇଛି । ତେବେ ମ୍ୟାଚରେ ଯେତେବେଳେ କେକେଆର ଫାଇନାଲ ପାଇଁ କ୍ୱାଲିଫାଏ ହେଲା ସେହି ସମୟରେ ଶାହରୁଖ ଖାନଙ୍କୁ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖୁସି ହୋଇଥିବା ଦେଖିବାକୁ ମିଳିଥିଲା । ଶାହରୁଖ ଖାନ ନିଜ ପିଲା ସୁହାନା ଏବଂ ଅବରାମ ଏବଂ ନିଜ ମ୍ୟାନେଜର ପୂଜା ଦଦଲାନୀଙ୍କ ସହ ଖୁସି ମନାଉଥିବା ଦେଖିବାକୁ ମିଳିଛି ।

ମ୍ୟାଚ ମସୟରେ ଶାହରୁଖ ଖାନ ଲଗାତାର ତାଳି ମାରି ଟିମକୁ ସମର୍ଥନ କରୁଥିବାର ନଜର ଆସିଥିଲେ । ଶାହରୁଖ ଖାନ ତାଳି ମାରୁଥିବା ସମୟରେ ତାଙ୍କ ପୁଅ ଅବରାମ ଖୁସିରେ ନାଚୁଥିଲେ । ଏହି ସମୟରେ କିଙ୍ଗ ଖାନଙ୍କ ଝିଅ ସୁହାନା ମଧ୍ୟ ଖୁସି ଥିବା ନଜର ଆସିଛନ୍ତି । ସୁହାନାଙ୍କୁ ମଧ୍ୟ ନିଜ ପିତାଙ୍କ ପରି ଟିମକୁ ସମର୍ଥନ କରୁଥିଲେ । କେକେଆରର ବୋଲରମାନେ ୧୫୯ ରନରେ ସନରାଇଜର୍ସ ହାଇଦ୍ରାବାଦକୁ ବୋଲିଂ କରିଥିଲେ । ଏହାପରେ କେକେଆର ସନରାଇଜର୍ସ ହାଇଦ୍ରାବାଦକୁ ୮ ୱିକେଟରେ ପରାସ୍ତ କରି ଆଇପିଏଲର ଫାଇନାଲରେ ପ୍ରବେଶ କରିଥିଲା ।

ସୋସିଆଲ ମିଡିଆରେ ଶାହରୁଖ ଖାନ, ସୁହାନା ଏବଂ ଅବରାମର ଅନେକ ଭିଡିଓ ସେୟାର କରାଯାଇଥିଲା, ଯେଉଁଥିରେ ଏକ ଭିଡିଓରେ ଶାହରୁଖ ଖାନ ଅବରାମଙ୍କ ମଥାକୁ ଚୁମ୍ବନ ଦେଉଥିବା ନଜର ଆସିଛି । ଏଥିସହ ଝିଅ ସୁହାନା ଏବଂ ମ୍ୟାନେଜର ପୂଜାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି । ଏହି ଚାରୋଟି ଟିମକୁ ନିଜ ସମର୍ଥନ ଦେଖାଇବା ଲାଗି କୋଲକାତା ନାଇଟ ରାଇଡର୍ସର ଜର୍ସୀ ପିନ୍ଧିଥିଲେ ।

Get real time updates directly on you device, subscribe now.