ନଭେମ୍ବର ୧୧ରେ ହେବ ଅନୁବାଦକ ପଦର ପ୍ରିଲିମିନାରୀ ପରୀକ୍ଷା: ଓଡ଼ିଶା ହାଇକୋର୍ଟ ତରଫରୁ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ହାଇକୋର୍ଟର ଅନୁବାଦକ ପଦର ନିଯୁକ୍ତିକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଗତ ଅଗଷ୍ଟ ମାସରେ ଅନୁବାଦକ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ସେପ୍ଟେମ୍ବର ୨ରୁ ୧୭ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିଥିଲେ । ଏହା ମଧ୍ୟରେ ଏହି ପଦର ପ୍ରିଲିମିନାରୀ ପରୀକ୍ଷାକୁ ନେଇ ତାରିଖ ଘୋଷଣା କରାଯାଇଛି । ଆସନ୍ତା ମାସ ୯ ତାରିଖରେ ଅନୁବାଦକ ପଦ ପାଇଁ ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହେବ । ସକାଳ ୧୦.୩୦ରୁ ମଧ୍ୟାହ୍ନ ୧୨.୩୦ ପର୍ଯ୍ୟନ୍ତ ଏହି ପରୀକ୍ଷା ଅନୁଷ୍ଠିତ ହେବ । କଟକର ତ୍ରିଶୁଳିଆର ବେଲଗଛିଆ ସ୍ଥିତ ସରସ୍ୱତୀ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ (ଅଡିଟୋରିୟମ୍)ରେ ଏହି ପ୍ରିଲିମ୍ସ ପରୀକ୍ଷା ଅନୁଷ୍ଠିତ ହେବ ।

ପ୍ରାର୍ଥୀମାନେ ଆସନ୍ତା ୨୮ ତାରିଖ ସକାଳ ୧୦ଟା ପରଠାରୁ ନିଜ ନିଜର ଆଡମିଟ୍ କାର୍ଡ ଜାରି କରିପାରିବେ । ପ୍ରାର୍ଥୀମାନେ ପରୀକ୍ଷା କେନ୍ଦ୍ରକୁ ନିଜର ଓରିଜିନାଲ ଆଡମିଟ୍ କାର୍ଡ ନେବାକୁ ପରାମର୍ଶ ଦିଆଯାଇଛି । ସୂଚନାଯୋଗ୍ୟ ଯେ, ମୋଟ ୧୯ଟି ପଦ ଖାଲି ରହିଥିବା ବେଳେ ୭ଟି ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ପ୍ରାର୍ଥୀଙ୍କୁ ୩୫,୪୦୦- ୧,୧୨,୪୦୦ ଟଙ୍କା ଲେବଲ ୯ ସ୍କେଲ ପେ’ ଅନୁସାରେ ବେତନ ପ୍ରଦାନ କରାଯିବ । ୟୁଆର ପ୍ରାର୍ଥୀଙ୍କ ପାଇଁ ୮ଟି, ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ବର୍ଗ (ଏସଇବିସି)ଙ୍କ ପାଇଁ ୩ଟି, ଅନୁସୂଚିତ ଜାତି (ଏସସି)ଙ୍କ ପାଇଁ ୩ଟି ଓ ଅନୁସୂଚିତ ଜନଜାତି (ଏସଟି)ଙ୍କ ପାଇଁ ୫ଟି ପଦ ଖାଲି ରହିଛି । ପ୍ରିଲିମିନାରୀ ପରୀକ୍ଷା, ମୁଖ୍ୟ ଲିଖିତ ପରୀକ୍ଷା, କମ୍ପ୍ୟୁଟର ଆପ୍ଲିକେସନ ଟେଷ୍ଟ, ସାକ୍ଷାତକାର ଟେଷ୍ଟ ଜରିଆରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ ।

ନୋଟିଫିକେସନ ଲିଙ୍କ: https://www.orissahighcourt.nic.in/recruitment-corner-pdf-view/234/