fbpx
BSKY
BJD SHG SKY
BJD YOUTH SKY

Odisha Juggernautsକୁ ୨ କୋଟି ପୁରସ୍କାର: ରାଜ୍ୟରେ ପ୍ରତିଷ୍ଠା ହେବ ଖୋ ଖୋ ଷ୍ଟାଡିୟମ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାରାଷ୍ଟ୍ରରେ ପୁଣେଠାରେ ଚାଲିଥିବା ଅଲ୍ଟିମେଟ ଖୋ ଖୋ ପ୍ରଥମ ସଂସ୍କରଣରେ ଓଡ଼ିଶା ଜଗରନଟ୍ସ ଚାମ୍ପିୟନ ହୋଇଥିଲା । ଫାଇନାଲରେ ତେଲୁଗୁ ଯୋଦ୍ଧାକୁ ୪୬-୪୫ ପଏଣ୍ଟରେ ପରାସ୍ତ କରିଥିଲା ଓଡ଼ିଶା ଜଗରନଟ୍ସ । ତେବେ ଏହି ସଫଳତା ପାଇଁ କଳିଙ୍ଗ ଷ୍ଟାଡିୟମଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଜୟୀ ଦଳକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ବର୍ଦ୍ଧିତ କରିଛନ୍ତି ।

ଏହି ଶାନଦାର ପ୍ରଦର୍ଶନ ପାଇଁ ଓଡ଼ିଶା ଜଗରନଟ୍ସ ଟିମକୁ ମୁଖ୍ୟମନ୍ତ୍ରୀ ୨ କୋଟି ଟଙ୍କା ପୁରସ୍କାର ପ୍ରଦାନ କରିଛନ୍ତି । ବିଜୟୀ ଟିମ ପାଇଁ ରାଜ୍ୟବାସୀ ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଖୋ ଖୋ ଏକ ପୂରାତନ ଖେଳ ହୋଇଥିବା ବେଳେ ଗ୍ରାମାଞ୍ଚଳରେ ଏହାକୁ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଏ ନାହିଁ । ଏହି ଖେଳର ଦର୍ଶକ ସଂଖ୍ୟା ସୀମିତ ରହିଥାଏ । ଓଡ଼ିଶା ଜଗରନଟ୍ସ ଟିମର ପ୍ରଦର୍ଶନ ଇତିହାସ ରଚିଛି ।

ଓଡ଼ିଶା ଜଗରନଟ୍ସର ଏହି ସଫଳତା ଆଗାମୀ ଦିନରେ ଯୁବ ଖେଳାଳିଙ୍କୁ ପ୍ରେରଣା ଯୋଗାଇବ । ରାଜ୍ୟରେ ଏକ ଖୋ ଖୋ ଷ୍ଟାଡିୟମ ପ୍ରତିଷ୍ଠା ହେବା ସହ ଏହି ଖେଳର ବିକାଶ ପାଇଁ ରାଜ୍ୟ ସରକାର ସହଯୋଗର ହାତ ବଢ଼ାଇବେ । ଖେଳାଳିଙ୍କ ସଫଳତା କାମନା କରିଥିଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଅଲ୍ଟିମେଟ ଖୋ ଖୋର ସିଇଓ ଟେଞ୍ଜିଂ ନ୍ୟୋଗି ଟିମର ସ୍ୱର୍ଣ୍ଣ ପଦକ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ । ଏହି ଉତ୍ସବରେ ୫ଟି ସଚିବ ଭି.କେ ପାଣ୍ଡିଆନ ଖେଳାଳିଙ୍କୁ ସେମାନଙ୍କର ଅଦ୍ଭୂତପୂର୍ବ ପ୍ରଦର୍ଶନ ପାଇଁ ଉତ୍ସାହିତ କରିଥିଲେ ।

Get real time updates directly on you device, subscribe now.