fbpx

Oh My God! କାଠର ବୁଲଡୋଜର… ପିଲାଟିର କାରନାମା ଦେଖି ପାଗଳ ହୋଇଗଲେ ଲୋକେ

ନୂଆଦିଲ୍ଲୀ: ପୃଥିବୀରେ ଅନେକ ଲୋକ ନୂଆ ନୂଆ ଆବିଷ୍କାର କରିବା ପାଇଁ ପସନ୍ଦ କରନ୍ତି । ଏଥିରେ ଇନୋଭେଟିଭ ଏବଂ କ୍ରିଏଟିଭ ଆଇଡିଆରେ ଅନେକ ଜିନିଷ ତିଆରି କରିଥାନ୍ତି । ଏମିତି ଘଟଣାର ଗୋଟିଏ ପଟେ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏମିତି ଏକ ଭିଡିଓ ଏବେ ଟ୍ରେଣ୍ଡିଂରେ ରହିଛି । ଜଣେ ବାଳକ କାଠରେ ଏକ ବୁଲଡୋଜର ତିଆରି କରି ଚଳାଉଥିବା ଦେଖିବାକୁ ମିଳିଛି ।

ଇଞ୍ଜିନିୟରିଂ ଆବିଷ୍କାର ନାମକ ଏକ ଟ୍ୱିଯର ଆକାଉଣ୍ଟରୁ ଏହି ଭିଡିଓ ସେୟାର କରାଯାଇଛି । ଏହି ଭିଡିଓରେ ଜଣେ ବାଳକ ଏକ ଅସ୍ଥାୟୀ ବୁଲଡୋଜର ବ୍ୟବହାର କରୁଥିବା ନଜର ଆସିଛି । କିଛି କାଠ ବାଡିରେ ପ୍ରସ୍ତୁତ କରିଛନ୍ତି ଏହି ବୁଲଡୋଜର । ଏଥିରେ ମାଟି ଖୋଳିବା ପାଇଁ ଆବଶ୍ୟକ ଲିଭର ଥିବା ବେଳେ ଡ୍ରାଇଭରର ବସିବା ପାଇଁ ଏବଂ ଚଳାଇବା ପାଇଁ ସ୍ଥାନ ମଧ୍ୟ ରହିଛି ।

ତେବେ ଭିଡିଓଟି କେଉଁଠିକାର ଏ ପର୍ଯ୍ୟନ୍ତ ଜଣାପଡିନାହିଁ । କିନ୍ତୁ ପିଲାଟିର ଏହି ରଚନାତ୍ମକ ଡିଜାଇନକୁ ଦେଖି ଲୋକମାନେ ଖୁବ ପ୍ରଶଂସା କରିଛନ୍ତି । ସୋସିଆଲ ମିଡିଆରେ ୨ ମିଲିୟନରୁ ଅଧିକ ଲୋକ ଏହାକୁ ଦେଖି ସାରିଲେଣି । ତେବେ ଅନେକ ଲୋକ ଏହି ଭିଡିଓକୁ ଦେଖି ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି ।

Get real time updates directly on you device, subscribe now.