fbpx
BSKY
BJD SHG SKY
BJD YOUTH SKY

Social Media Influencersଙ୍କ ପାଇଁ ନିର୍ଦ୍ଦେଶନାମା: କେନ୍ଦ୍ର ତରଫରୁ ନିଆଯିବ ଏହି ବଡ ନିଷ୍ପତ୍ତି

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତରଫରୁ ସୋସିଆଲ ମିଡିଆ ପାଇଁ ଆସୁଛି ନିର୍ଦ୍ଦେଶନାମା । ଏଣିକି ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ମାନଙ୍କୁ ବ୍ରାଣ୍ଡ ସହିତ ଆସୋସିଏସନର ଘୋଷଣା କରିବାକୁ ହେବ । ନଚେତ ସେମାନଙ୍କ ଉପରେ ବଡ ଧରଣର ଜରିମାନା ଲାଗୁ କରାଯିବ । ଅନଲାଇନ କଞ୍ଜୁମର୍ସମାନଙ୍କ ସୁରକ୍ଷା ପାଇଁ ୧୦ ଦିନରେ ଏକ SOP ଜାରି କରି ପାରନ୍ତି ।

ବିଭିନ୍ନ ପ୍ରକାର ମିଛ ପ୍ରତିଶ୍ରୁତିରୁ ଗ୍ରାହକମାନଙ୍କୁ ରକ୍ଷା କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ପ୍ରତ୍ୟେକ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ନିଜର ବ୍ରାଣ୍ଡ ସମ୍ବନ୍ଧରେ ସୂଚନା ଦେବେ । ଏହାବ୍ୟତୀତ ଯଦି କେହି ଇନଫ୍ଲୁଏନ୍ସର କୌଣସି କଣ୍ଟେଣ୍ଟକୁ ନେଇ ପେଡ୍ ପ୍ରମୋସନ କରନ୍ତି, ତେବେ ଏହାର ଡିସକ୍ଲାଇମର ଦେବାକୁ ସେ ବାଧ୍ୟ ହେବେ । କିନ୍ତୁ ଯଦି କେହି ଏସବୁ ନିୟମକୁ ଉଲ୍ଲଙ୍ଘନ କରନ୍ତି, ତେବେ ତାଙ୍କ ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା ଲଗାଯିବ । ସେହିପରି କେହି ଯଦି ସମାନ ଭୁଲକୁ ବାରମ୍ବାର କରନ୍ତି, ତାଙ୍କୁ ୫୦ ଲକ୍ଷ ଟଙ୍କାର ଜରିମାନା ଭରିବାକୁ ହେବ ।

ବ୍ରାଣ୍ଡ ଏଣ୍ଡୋର୍ସର୍ସ, ସୋସିଆଲ ମିଡିଆ ଇନଫ୍ଲୁଏନ୍ସର, ବ୍ଲଗର୍ସ ପ୍ରଡକ୍ଟଗୁଡିକର ମିଛ ଏବଂ ଭ୍ରମାତ୍ମକ ରିଭ୍ୟୁକୁ କାର୍ଯ୍ୟାନୁଷ୍ଠାନର ଅନ୍ତର୍ଭୁକ୍ତ କରିବା ଉଚିତ । ଚଳିତବର୍ଷ ଜୁଲାଇ ୧ ତାରିଖରୁ ଆୟକର ବିଭାଗ ତରଫରୁ ନିର୍ଦ୍ଦେଶ ଲାଗୁ ହୋଇସାରିଛି । ନୂଆ ନିୟମ ଅନୁସାରେ ଇନଫ୍ଲୁଏନ୍ସରମନଙ୍କୁ ବିଭିନ୍ନ ପ୍ରଡକ୍ଟନେବା ପାଇଁ ୧୦ ପ୍ରତିଶତ ଡିଡିଏସ ଦେବାକୁ ପଡିବ ।

Get real time updates directly on you device, subscribe now.