fbpx

ଟିକାକରଣରେ ଓଡ଼ିଶା ଆଗରେ, ରାଜ୍ୟରେ କମୁଛି ଶିଶୁ ମୃତ୍ୟୁହାର: ଏସଆରଏସ୍ ରିପୋର୍ଟରୁ ଖୁଲାସା

ଭୁବନେଶ୍ୱର : ରାଜ୍ୟରେ କମୁଛି ଶିଶୁ ମୃତ୍ୟୁହାର । ଏସଆରଏସ୍ ରିପୋର୍ଟରୁ ଓଡ଼ିଶାର ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହି ସଫଳତା ପ୍ରକାଶ ପାଇଛି । ୨୦୦୮ ତୁଳନାରେ ୫୦ ପ୍ରତିଶତ କମିଛି ଶିଶୁ ମୃତ୍ୟୁହାର । ଆଗକୁ ଏହି ସଂଖ୍ୟା ଆହୁରି କମିବା ନେଇ ଆଶା କରାଯାଉଛି । ଉଭୟ ଗର୍ଭବତୀ ମା ଓ ଶିଶୁର ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଯୋଗୁ ଏହା ସମ୍ଭବ ହୋଇପାରିଛି । ଏଥିରେ ଟିକାକରଣ ଏକ ବଡ଼ ଭୂମିକା ଗ୍ରହଣ କରିଛି ।

ରାଜ୍ୟବାସୀଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ରାଜ୍ୟ ସରକାର ଯୋଗାଇ ଦେଉଛନ୍ତି । ସୁସ୍ଥ ଓଡ଼ିଶା, ସୁଖି ଓଡ଼ିଶାର ଲକ୍ଷ୍ୟ ହାସଲ ହେଉଛି ମୁଖ୍ୟମନ୍ତ୍ରୀଙ୍କ ଭିଜନ । ଏହାକୁ ମିଶନ ମୋଡରେ କାର୍ଯ୍ୟକ୍ଷମ କରାଯାଉଥିବାରୁ ସ୍ୱାସ୍ଥ୍ୟକ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିପାରିଛି । ୫ ବର୍ଷରୁ କମ୍ ଶିଶୁଙ୍କ ମଧ୍ୟରେ ମୃତ୍ୟୁହାର ହ୍ରାସ କରିବାରେ ଟିକାକରଣର ଉଲ୍ଲେଖନୀୟ ଅବଦାନ ରହିଛି । ମମତା ପରି ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁଙ୍କ ଯତ୍ନ ନେବାରେ ସରକାର ସମସ୍ତ ପଦକ୍ଷେପ ନେଇଛନ୍ତି । ଶିଶୁଙ୍କୁ ଅଣ୍ଡା ଯୋଗାଇ ଦିଆଯାଉଛି । ଘରଘର ବୁଲି ଅଙ୍ଗନୱାଡ଼ି ଓ ଆଶାକର୍ମୀ ଟିକାକରଣ ଯୋଜନାକୁ ସଫଳ କରୁଛନ୍ତି । ଠିକ୍ ସମୟରେ ପୋଲିଓ ଟିକା ଦିଆଯାଉଛି । ତେଣୁ ଆଗାମୀ ଦିନରେ ଶିଶୁ ମୃତ୍ୟୁହାର କମିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.