fbpx

ଓଡ଼ିଶା ପୋଲିସରେ ନିଯୁକ୍ତି ସୁଯୋଗ: ୧୪୪ SI ପଦ ପାଇଁ ବିଜ୍ଞପ୍ତି, ଏମିତି କରନ୍ତୁ ଆବେଦନ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପୋଲିସ ଚାକିରି ପାଇଁ ଆଶାୟୀ ଅଭ୍ୟାର୍ଥୀଙ୍କ ପାଇଁ ଖୁସି ଖବର । ଓଡ଼ିଶା ପୋଲିସ ପକ୍ଷରୁ ୧୪୪ଟି ଏସଆଇ ପଦ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଯେ କୌଣସି ବିଭାଗରେ ସ୍ନାତକ ହାସଲ କରିଥିବା ଛାତ୍ରଛାତ୍ରୀ ଏହି ପଦବୀ ପାଇଁ ଆବେଦନ କରିପାରିବେ । ଏହି ପଦବୀ ପାଇଁ କେବଳ ଅନଲାଇନ ଆବେଦନର ବ୍ୟବସ୍ଥା ରଖାଯାଇଛି । ତେବେ ୧୪୪ ପଦବୀରୁ କୌଣସି ପଦବୀ ଓବିସି ବର୍ଗ ପାଇଁ ସଂରକ୍ଷିତ ରଖାଯାଇନାହିଁ ।

ସମୁଦାୟ ୧୪୪ ପଦବୀରୁ ୪୮ଟି ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଏହା ବ୍ୟତିତ କ୍ରୀଡାବିତ ଏବଂ ପୂର୍ବତନ ସାମରିକ କର୍ମଚାରୀଙ୍କ ପାଇଁ ୪ଟି ପଦ ସଂରକ୍ଷିତ ରହିଛି । ଅନୂସୂଚିତ ଜାତି ପାଇଁ ୨୪ଟି ପଦ ସଂରକ୍ଷିତ ରହିଥିବା ବେଳେ ଏଥିରୁ ୮ଟି ମହିଳାଙ୍କ ପାଇଁ ସଂରକ୍ଷିତ । ସେହିପରି ଅନୁସୂଚିତ ଜନଜାତି ପାଇଁ ୩୯ଟି ପଦବୀ ରହିଥିବା ବେଳେ ଏଥି ମଧ୍ୟରୁ ୧୩ଟି ମହିଳାଙ୍କ ପାଇଁ ସରକ୍ଷିତ ରହିଛି । ଅଣ ସଂରକ୍ଷିତ ବର୍ଗଙ୍କ ପାଇଁ ୮୧ ଆସନ ରହିଥିବା ବେଳେ ଏଥିରୁ ୨୭ଟି ସିଟ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ତେବେ ଓବିସି ଓ ଏସଇବିସି ବର୍ଗ ପାଇଁ କୌଣସି ପଦ ସଂରକ୍ଷିତ ରଖାଯାଇନାହିଁ ।

ଏହି ପଦ ଗୁଡିକ ପାଇଁ ଓଡ଼ିଶା ପୋଲିସର ଆଧିକାରିକ ୱେବସାଇଟରେ ଆବେଦନ କରିହେବ । ଆବେଦନ କରିବା ପାଇଁ ଏହି ଲିଙ୍କରେ https://www.odishapolice.gov.in/ କ୍ଲିକ୍ କରନ୍ତୁ । ଆସନ୍ତା ୧୩ ତାରିଖ ସକାଳ ୯.୦୦ରୁ ଆବେଦନ ଆରମ୍ଭ ହେବାକୁ ଥିବା ବେଳେ ଜାନୁୟାରୀ ୨, ୨୦୨୨ ଆବେଦନର ଅନ୍ତିମ ତାରିଖ ରହିଛି । ଫେବୃୟାରୀ ୨୦୨୨ରୁ ଓଡ଼ିଶାର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ କମ୍ପ୍ୟୁଟର ଜରିଆରେ ପରୀକ୍ଷା ଅନୁଷ୍ଠିତ ହେବ ।

Get real time updates directly on you device, subscribe now.