fbpx
BJD SKY
BJD SKY

ଓଡିଶା ପୋଲିସ୍ ର ନିଯୁକ୍ତି: ୪୭୭ ସବ୍ -ଇନ୍ସପେକ୍ଟର ଓ ୨୪୪ କନେଷ୍ଟବଳ ପାଇଁ ରହିଛି ପଦବୀ

BJD

ଭୁବନେଶ୍ୱର:(ଓଡିଶା ଭାସ୍କର):ଓଡିଶାରେ ପୋଲିସ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର । ୪୭୭ ସବ୍-ଇନ୍ସପେକ୍ଟରର ପଦବୀ ପାଇଁ ନିଯୁକ୍ତି ରହିଛି ଓ ୨୪୪ କନେଷ୍ଟବଳ ପାଇଁ ରହିଛି । ଏନେଇ ଓଡିଶା ପୋଲିସ ପକ୍ଷରୁ ଟ୍ୱିଟ୍ କରି ସୂଚନା ଡିଜିପି ଅଭୟ । ଏହାର ବିଜ୍ଞପ୍ତି ମଧ୍ୟ ଜାରି ହୋଇଛି । ଏଥିପାଇଁ ଆପଣ ଅନଲାଇନରେ ଆବେଦନ କରିପାରିବେ । ୨୨ ତାରିଖରୁ ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ଆବେଦନ କରିବାର ଶେଷ ତାରିଖ ରହିଛି ।

ପ୍ରାର୍ଥୀଙ୍କ ବୟସ ୨୧ ବର୍ଷରୁ ୨୫ ବର୍ଷ ମଧ୍ୟରେ ହେବ । ଏଥିରେ ଶିକ୍ଷାଗତ ଯୋଗ୍ୟତା ଗ୍ରାଜୁଏସନ୍ ରହିଛି । ପରୀକ୍ଷା ପାଇଁ ଅନଲାଇନରେ ଦୁଇଟି ପେପର ରହିଛି । ମୋଟ୍ ୩୦୦ ମାର୍କର ପରୀକ୍ଷା । ଭୁଲ ତ୍ତର ପାଇଁ ନେଗେଟିଭ୍ ମାର୍କିଂ ରହିଛି ।

୪୭୭ ପଦବୀରୁ ଅନୂସୂଚିତ ଜାତିଙ୍କ ପାଇଁ ୭୮ , ଅନୂସୂଚିତ ଜନଜାତି ବର୍ଗ ପାଇଁ ୧୦୭ , ଏସଇବିସି ପାଇଁ ୫୩ , ସାଧାରଣ ବର୍ଗ ପାଇଁ ୨୩୯ଟି ପଦବୀ ରହିଛି । ସେହିପରି ଏକ୍ସ ସର୍ଭିସ୍ ମ୍ୟାନଙ୍କ ପାଇଁ ୧୪ ଓ ସ୍ପୋର୍ଟସ କୋଟାରେ ୫ଟି ପଦବୀ ରହିଛି ।

 

Get real time updates directly on you device, subscribe now.