fbpx

ଜାମ୍ମୁ ସୁରକ୍ଷାବଳ ଉପରେ ଆତଙ୍କବାଦୀ ଆକ୍ରମଣ, ଦୁଇ ଯବାନ ସହିଦ

ସୋପୋର: ଜାମ୍ମୁ-କାଶ୍ମୀରର ସୋପାରରେ ଆଜି ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି । ଆତଙ୍କବାଦୀ ମାନେ ପୁଲିସ୍ ଏବଂ ସିଆରପିଏଫ୍ ଟିମ୍ ଉପରକୁ ଆକ୍ରମଣ କରିଛନ୍ତି । ଏଥିରେ ଦୁଇଜଣ ଯବାନ ସହିଦ୍ ହେବା ସହିତ ଦୁଇଜଣ ସାଧାରଣ ନାଗରିକଙ୍କ ମଧ୍ୟ ପ୍ରାଣ ଯାଇଛି । ତେବେ ଏହି ବଡ ଧରଣର ଆକ୍ରମଣ ଲସ୍କର ଆତଙ୍କବାଦୀ ମାନେ କରିଥିବା ନେଇ ସୂଚନା ମିଳିଛି ।

ସୂଚନା ଅନୁସାରେ, ଜାମ୍ମୁର ପୁଲିସ୍ ଏବଂ ସିଆରପିଏଫର ଏକ ମିଳିତ ଟିମ୍ ଉପରେ ଆରାମପୁରର ଚେକ୍ ପଏଣ୍ଟରେ ଆତଙ୍କବାଦୀ ହମଲା ହୋଇଥିଲା । ଏଥିରେ ଦୁଇ ଯବାନ ଓ ଦୁଇ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହାତ ହୋଇଛନ୍ତି । ସେମାନଙ୍କୁ ବର୍ତ୍ତମାନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏନେଇ ଜାମ୍ମୁ-କାଶ୍ମୀରର ଆଇଜି ବିଜୟ କୁମାର କହିଛନ୍ତି ଯେ, ସୋପାରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପଛରେ ଲଶ୍କର-ଏ-ତୈବା ର ହାତ ରହିଛି ।

ତେବେ ଏହି ଆକ୍ରମଣ ପରେ ଉକ୍ତ ଅଞ୍ଚଳକୁ ଚାରିପଟରୁ ସୁରକ୍ଷାକର୍ମୀ ମାନେ ଘେରି ଯାଇଛନ୍ତି । ଏଥିସହ ସର୍ଚ୍ଚ ଅପରେସନ୍ ସେହି ଅଞ୍ଚଳରେ ଜାରି ରହିଛି । ଆଖପାଖ ରାସ୍ତା ଗୁଡିକରେ ନାକାବନ୍ଦୀ ମଧ୍ୟ କରିଦିଆଯାଇଛି ।

Get real time updates directly on you device, subscribe now.