fbpx

ଅସହାୟ ବୃଦ୍ଧ-ବୃଦ୍ଧାଙ୍କୁ ଆଶ୍ରା, ଥଇଥାନ କେନ୍ଦ୍ର କଲା ବିଏମସି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅସହାୟ ଓ ନିରାଶ୍ରୟଙ୍କୁ ଏଣିକି ମିଳିବ ଆଶ୍ରା । ରାଜଧାନୀରେ ଘୂରି ବୁଲୁଥିବା ବୟସ୍କ ଓ ବାସହରାଙ୍କୁ କରାଯିବ ଥଇଥାନ । ଏଣେତେଣେ ବୁଲି ଅନ୍ୟର ହାତଟେକାକୁ ଭରସା କରି ବଞ୍ଚୁଥିବା ବୃଦ୍ଧ-ବୃଦ୍ଧାଙ୍କୁ ଥଇଥାନ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଏକ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି ।

ରାଜଧାନୀ ଟଙ୍କପାଣି ରୋଡ୍ ଅନ୍ତର୍ଗତ ରଙ୍ଗବଜାରରେ ଶୁଭାରମ୍ଭ ହୋଇଥିବା ଏହି ଥଇଥାନ କେନ୍ଦ୍ରର ନାମ ରହିଛି ‘ଏକାମ୍ର ନିଳୟ’ । ବିଭିନ୍ନ ସ୍ଥାନରୁ ଉଦ୍ଧାର ହେଉଥିବା ଅସହାୟ ବୃଦ୍ଧ-ବୃଦ୍ଧାଙ୍କୁ ଏହି କେନ୍ଦ୍ରରେ ରହିବାର ସୁଯୋଗ ମିଳିବ । ସୂଚନା ଅନୁସାରେ ଏହି କେନ୍ଦ୍ରରେ ସର୍ବାଧିକ ଶହେଜଣ ଅନ୍ତେବାସୀ ଏକକାଳୀନ ରହିପାରିବେ । ବିଏମସିର ଏହି ପ୍ରୟାସକୁ ସାଧାରଣରେ ଖୁବ୍ ପ୍ରଶଂସା କରାଯାଉଛି ।

EkamraNilay started by BMC  #OdishaBhaskar

Get real time updates directly on you device, subscribe now.