ବର୍ଷ ୨୦୨୦-୨୧-୨୨ ପାଇଁ ଘୋଷଣା ହେଲା ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର; ୨୨ରେ ଦମନ ଶ୍ରେଷ୍ଠ ଫିଲ୍ମ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବର୍ଷ ୨୦୨୦-୨୧-୨୨ ପାଇଁ ଘୋଷଣା ହେଲା ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର । ଭଞ୍ଜକଳା ମଣ୍ଡପରେ ଘୋଷଣା କଲେ ସଂସ୍କୃତି-କ୍ରୀଡ଼ା-ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ତିନିବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ୨୦୨୦, ୨୧ ଏବଂ ୨୨ ପାଇଁ ପୁରସ୍କାର ଘୋଷଣା ହୋଇଛି ।

୨୦ରେ ରଘୁ ସର୍ଦ୍ଦାର, ୨୧ରେ ପ୍ରତୀକ୍ଷା ଓ ଡାଲ୍‌ଚିନି, ୨୨ରେ ଦମନ ଶ୍ରେଷ୍ଠ ଫିଲ୍ମ । ୨୦ରେ ଦେବାଶିଷ ପାତ୍ର ଓ ୨୧ରେ ଅଙ୍କିତ କୁମାର ଓ ଦୀପନ୍ୱୀତ ଦାସ ମହାପାତ୍ରଙ୍କୁ ଶ୍ରେଷ୍ଠ ନାୟକ ଭାବେ ଘୋଷଣା କରାଯାିଛି। ସେହିଭଳି ୨୦୨୨ରେ ବାବୁସାନ ମହାନ୍ତି ଶ୍ରେଷ୍ଠ ନାୟକ ବିବେଚିତ ହୋଇଛନ୍ତି । ଜୀବନ ବ୍ୟାପୀ ସାଧନା ପାଇଁ ୩ ଜଣଙ୍କୁ ମୋହନସୁନ୍ଦର ଦେବଗୋସ୍ୱାମୀ ସମ୍ମାନ ।

ସେହିଭଳି ୨୦ ପାଇଁ ଅନନ୍ତ ମହାପାତ୍ର, ୨୧ ପାଇଁ ଶ୍ରୀନିବାସ ମହାପାତ୍ର ପାଇବେ ପୁରସ୍କାର । ୨୦୨୨ ପାଇଁ ହାସ୍ୟ ଅଭିନେତା ଜୟୀରାମ ସାମଲ ପାଇବେ ପୁରସ୍କାର । ପୁରସ୍କାର ପାଇବା ଯୋଗ୍ୟଙ୍କୁ ଘୋଷଣା ପରେ ଶୁଭେଚ୍ଛା ଜଣାଇଲେ ମନ୍ତ୍ରୀ । ଆସନ୍ତା ୧୭ ତାରିଖରେ ମେଁଫାୟାର୍ ହୋଟେଲରେ ଏହି ପୁରସ୍କାର ମିଳିବା ନେଇ ମନ୍ତ୍ରୀ ଘୋଷଣା କରିଛନ୍ତି ।