fbpx

ଓଡିଶାରୁ ଅହରହ ଯାଉଛି ଅକ୍ସିଜେନ୍ ଟ୍ୟାଙ୍କର୍

ଭୁବନେଶ୍ୱର, ୨୬ା୪ (ଓଡିଶା ଭାସ୍କର) : ଦେଶରେ ସୁନାମି ଭଳି ସ୍ଥିତି ସୃଷ୍ଟି କଲାଣି କରୋନା । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କିଛି ରାଜ୍ୟରେ ଅକ୍ସିଜେନ୍ ର ଅଭାବ ଦେଖାଦେଇଛି । ଯାହା ଫଳରେ ଅନେକ ଲୋକଙ୍କର ଏହା ଅଭାବରେ ମୃତ୍ୟୁ ହେବାରେ ଲାଗିଛି । ତେଣୁ ଏଭଳି ପରିସ୍ଥିତିରେ ଓଡିଶା ପକ୍ଷରୁ ବାହାର ରାଜ୍ୟକୁ ଅକ୍ସିଜେନ୍ ଯୋଗାଯାଉଛି । ଏଯାବତ୍ ୬୭ ଅକ୍ସିଜେନ୍ ଟ୍ୟାଙ୍କର୍ ବାହାର ରାଜ୍ୟକୁ ଯୋଗାଯାଇଥିବା ଜଣାପଡିଛି । ଏବେ ସୁଦ୍ଧା ୭ଟି ରାଜ୍ୟକୁ ଅକ୍ସିଜେନ୍ ଯୋଗାଣ ହୋଇସାରିଲାଣି । ଆଉ ଗତ ୪ ଦିନ ମଧ୍ୟରେ ଏହା ଯୋଗାଣ ହୋଇଥିବା ନେଇ ସୁଚନା ଦେଇଛନ୍ତି ଏଡିଜି ଯଶୋବନ୍ତ ଜେଠୱା ।


ଆହୁରି ମଧ୍ୟ ଟ୍ୟାଙ୍କର୍ ସବୁର ନିର୍ବିଘ୍ନ ଯାତାୟାତ ପାଇଁ ସ୍ପେଶାଲ୍ କରିଡର୍ କରାଯାଉଛି । ଏହାସହ ଓଡିଶା ସୀମାପାର ହେବା ପର୍ଯ୍ୟନ୍ତ ସ୍ୱତନ୍ତ୍ର ପାଇଲଟିଂ ଟିମ୍ ଗାଡି ଗୁଡିକୁ ସୁରକ୍ଷା ଦେଉଛନ୍ତି । ଅକ୍ସିଜେନ୍ ପରିବହନର ବିସ୍ତୃତ କଥା ଓଡିଶା ବୁଝୁଛି ବୋଲି କହିଛନ୍ତି ଜେଠୱା । ସେପଟେ ଅନ୍ୟ ରାଜ୍ୟକୁ ଅକ୍ସିଜେନ୍ ଯୋଗାଣ କରାଯାଉଥିବା ଓଡିଶାରେ ମଧ୍ୟ ଉପଯୁକ୍ତ ଅକ୍ସିଜେନ୍ ମହଜୁଦ ରହିଛି । ଆହୁରି ମଧ୍ୟ ସିଲିଣ୍ଡର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେସବୁକୁ ଜରୁରୀକାଳୀନ ସମୟରେ ବ୍ୟବହାର କରାଯିବ ବୋଲି ଆଜି ସୁଚନା ଦେଇଥିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

Get real time updates directly on you device, subscribe now.