ପର୍ଯ୍ୟଟନ ଶିଳ୍ପରେ ରାଜ୍ୟ ହେବ ୧ ନମ୍ବର, ଉକ୍ରର୍ଷ ଓଡିଶର ମୂଳଦୂଆ ପଡିବ: ପ୍ରଭାତୀ ପରିଡା
ଚଳିତ ବର୍ଷ ପ୍ରବାସୀ ଭାରତୀୟ ଦିବସ ପାଳନ ଓଡିଶାରେ ହେବାକୁ ରହିଛି । ଏହି ସମୟରେ ସେମାନଙ୍କୁ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲାଯିବ ।
ଭୁବନେଶ୍ୱର– ୨୦୨୫ ହେବ ଓଡିଶା ପାଇଁ ପ୍ରଗତିର ବର୍ଷ । ଏହି ବର୍ଷରେ ରାଜ୍ୟକୁ ଟୁରିଜିମ ହବ କରିବାକୁ ମୋହନ ସରକାରଙ୍କ ବଡ ନିଷ୍ପତ୍ତି । ରାଜ୍ୟ ଏବେ ଦେଶରେ ଟୁରିଜିମ କ୍ଷେତ୍ରରେ ୧୭ ନମ†ରରେ ରହିଛି ।
ଆସନ୍ତା ଦିନରେ ଏହି ରାଙ୍କକୁ ବଢାଇ ୧ ନମ୍ବରକୁ ଆଣିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି ପର୍ଯ୍ୟଟନ ଓ ମହିଳା ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଭାତୀ ପରିଡା ।
ରାଜ୍ୟର ପର୍ଯ୍ୟଟନ ଶିଳ୍ପକୁ ଦେଶରେ ଶୀର୍ଷକୁ ନେବାକୁ ଯାଉଛନ୍ତି ରାଜ୍ୟ ସରକାର । ଏଥି ପାଇଁ ପ୍ରବାସୀ ଭାରତୀୟଙ୍କୁ ଯୋଡାଯାଉଛି । ଚଳିତ ବର୍ଷ ପ୍ରବାସୀ ଭାରତୀୟ ଦିବସ ପାଳନ ଓଡିଶାରେ ହେବାକୁ ରହିଛି । ଏହି ସମୟରେ ସେମାନଙ୍କୁ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲାଯିବ । ରାଜ୍ୟ ପର୍ଯ୍ୟଟନରେ କେତେ ସମୃଦ୍ଧ ପ୍ରବାସୀ ଭାରତୀୟ ଦେଖିବା ।
ଏଥିସହ ସରକାର ଟୁରିଜିମକୁ ଦେଶରେ ୧ ନମ୍ବରକୁ ନେଇ ଆସିବେ ୨୦୨୯ ସରୁ ସରୁ । ଏବେ ଭାରତରେ ଏହି କ୍ଷେତ୍ରରେ ଓଡିଶାର ସ୍ଥାନ ରହିଛି ୧୭ ।
ଚଳିତ ବର୍ଷ ଶେଷ ସୁଦ୍ଧା ଏହାକୁ ୧୭ରୁ ୭କୁ ଆଣାଯିବ । ୨୯ ବେଳକୁ ଏହାକୁ ଆହୁରି କମାଇ ୩ରୁ ୧ ନମ୍ବର ଭିତରେ ସ୍ଥାନ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ।