fbpx
BJD SKY
BJD SKY

ବିଏଚ୍ ସିରିଜ୍ ପଞ୍ଜୀକରଣରେ ଓଡ଼ିଶା ଆଗୁଆ, ଦ୍ୱିତୀୟରେ ଦିଲ୍ଲୀ

BJD

ଭୁବନେଶ୍ୱର: ବାହାର ରାଜ୍ୟକୁ ଗାଡ଼ି ନେଇ ଗଲେ ବି ପୁଣି ସେଠାରେ ଯେପରି ପଞ୍ଜୀକରଣ କରିବାରେ ପଡ଼ିବନି ସେଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଏଚ୍ ସିରିଜ୍ ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ ହୋଇଛି । ଏଥିରେ ଏବେ ଓଡ଼ିଶା ସାରା ଦେଶରେ ଆଗରେ ଅଛି । ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ୧୮୨ଟି ନୂଆ ଗାଡ଼ିର ବିଏଚ୍ ସିରିଜ୍ ପଞ୍ଜୀକରଣ ହୋଇଥିବା ବେଳେ ଏଥିରେ ଓଡ଼ିଶାରୁ ୮୧ ଟି ଗାଡ଼ି ଅଛି ।  ଯାହା ମୋଟ୍ ପଞ୍ଜୀକରଣର ୪୫%  ।

ଓଡ଼ିଶାରେ ଦେଶର ସବୁଠୁ ଅଧିକ ଗାଡ଼ି ବିଏଚ୍ ସିରିରେଜ ପଞ୍ଜୀକରଣ ହେବା ଏବେ ଜାତୀୟସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି । ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁରୁ, ହାଇଦ୍ରାବାଦ ଭଳି ବଡ଼ ବଡ଼ ସହରକୁ ପଛରେ ପକାଇ ଓଡ଼ିଶା ଏହି ତାଲିକାରେ ଆଗରେ ଥିବାରୁ ରାଜ୍ୟ ସରକାର ଏହି ପଞ୍ଜୀକରଣ ସଂଖ୍ୟା ଆହୁରି ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏହାଦ୍ୱାରା ବାହାର ରାଜ୍ୟରେ ଗାଡ଼ି କିଣିଲେ ସେଠାରେ ସାମୟିକ ପଞ୍ଜୀକରଣ କରି ନମ୍ବର ଆଣିଲେ ଓଡ଼ିଶାରେ ବିଏଚ ସିରିଜ୍ ପଞ୍ଜୀକରଣ କରିପାରିବେ । ଏହ ନିୟମ ବୁଧବାର ଠାରୁ ଲାଗୁ କରିଛନ୍ତି ରାଜ୍ୟ ସରକାର ।

ସୂଚନାଯୋଗ୍ୟ , କେନ୍ଦ୍ର ସରକାର ସେପ୍ଟେମ୍ବର ୧୫ ୨୦୨୧ରେ ବିଏଚ୍ ସିରିଜ ବ୍ୟବସ୍ଥା ଆରମ୍ଭ କରିଥିଲେ  । ତେବେ ପ୍ରଥମ ରାଜ୍ୟ ଭାବେ ଏହାକୁ ଓଡ଼ିଶା ଲାଗୁ କରିଥିଲା । ବିଏଚ୍ ସିରିଜ ପଞ୍ଜୀକରଣ କରିବା ପାଇଁ ଗାଡ଼ିର ମାଲିକ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ କର୍ମଚାରୀ ହୋଇଥିବେ କିମ୍ବା କୌଣସି ପିଏସୟୁରେ କାମ କରୁଥିବା ଦରକାର । ଯେଉଁ ସଂସ୍ଥାରେ କାମ କରୁଥିବେ ତା’ର ୪ଟି ରାଜ୍ୟରେ ଅଫିସ୍ ଥବ । ଓଡ଼ିଶାରେ ଏବେ ଗାଡ଼ି କିଣିଲେ ୧୫ ବର୍ଷ ପାଇଁ ଟିକସ ଦେବାକୁ ପଡ଼ୁଥିବାବେଳେ ବିଏଚ୍ ସିରିଜ୍ ପଞ୍ଜୀକରଣରେ ଦୁଇ ବର୍ଷ ଟିକସ ଦେବାକୁ ପଡ଼ିବ ।

Get real time updates directly on you device, subscribe now.