fbpx

‘ମୁଝସେ ସାଦୀ କରୋଗୀ?’ ଏହି ରୋମାଣ୍ଟିକ୍ ଅନ୍ଦାଜରେ କ୍ୟାଟଙ୍କୁ ଭିକି କଲେ ପ୍ରପୋଜ୍

ମୁମ୍ବାଇ: ବଲିଉଡ୍ ର ହ୍ୟାଣ୍ଡସନ୍ ହଙ୍କ୍ ଭିକି କୌଶଲ୍ ଏବଂ ବାର୍ବି ଗର୍ଲ କଟ୍ରିନା କୈଫ୍ , ଦୁହେଁ ଏବେ ଖୁବ୍ ଚର୍ଚ୍ଚାରେ । ସେମାନଙ୍କ ବିବାହ ଖବର ଏବେ ଲଗାତର ସାମନାକୁ ଆସୁଛି । କୁହାଯାଉଛି କ୍ୟାଟ୍ ଓ ଭିକି ରାଜସ୍ଥାନର ଏକ ରିସୋର୍ଟରେ ଚଳିତ ବର୍ଷ ଡିସେମ୍ବରରେ ବିବାହ କରିପାରନ୍ତି । ତେବେ ଏହି ଖବରର କୌଣସି ଅଫିସିଆଲ୍ ଆନାଉସମେଣ୍ଟ ହୋଇନାହିଁ । ସେହିପରି ଏହା ଭିତରେ ଗୋଟିଏ ଖବର ଭାଇରାଲ୍ ହେବାରେ ଲାଗିଛି ଯେ, ଭିକି ନିଜର ସ୍ୱପ୍ନର ରାଜକୁମାରୀ କଟ୍ରିନା କୈଫ୍ ଙ୍କୁ କ୍ୟୁଟ୍ ଓ ରୋମାଣ୍ଟିକ୍ ଅନ୍ଦାଜରେ ପ୍ରପୋଜ କରିଛନ୍ତି ।

ତେବେ କଟ୍ରିନା ଓ ଭିକିଙ୍କ ଫ୍ୟାନ୍ସ ମାନେ ସେମାନଙ୍କ ରିଲେସନ୍ କୁ ନେଇ ଖୁବ୍ ଉତ୍ସାହିତ ରହିଛନ୍ତି । ଦୁହେଁ ନିଜ ସମ୍ପର୍କକୁ ନେଇ କୌଣସି ଅଫିସିଆଲ୍ ଘୋଷଣା କରିନଥିଲେ ମଧ୍ୟ ବିଶେଷ ସୁତ୍ରରୁ ଏହି ବିବାହ ଖବର ଶୁଣିବାକୁ ମିଳିଛି । ତେବେ ପ୍ରପୋଜ କଥା ଯଦି କହିବା ତେବେ ସେମାନଙ୍କ ଫ୍ୟାନ୍ସ ମାନେ କିପରି ଭିକି, କଟ୍ରିନାଙ୍କୁ ପ୍ରେମ ନିବେଦନ କରିଛନ୍ତି ତାହା ଜାଣିବାକୁ ଚାହୁଁଛନ୍ତି ।

ମିଡିଆ ରିପୋର୍ଟ ଅନୁସାରେ, ଭିକି କୌଶଲ୍, କଟ୍ରିନାଙ୍କୁ ନିଜର ସବୁଠାରୁ ପସନ୍ଦର ଜିନିଷ ଦେଇ ପ୍ରପୋଜ କରିଛନ୍ତି । କଟ୍ରିନାଙ୍କ ସବୁ ଫ୍ୟାନ୍ସ ମାନେ ଜାଣନ୍ତି ଯେ, ତାଙ୍କୁ ବ୍ଲାକ୍ ଚକଲେଟ୍ ଓ ବ୍ରାଉନୀ କେତେ ପସନ୍ଦ । ଖାଲି ସେତିକି ନୁହେଁ କଟ୍ରିନାଙ୍କ ଜନ୍ମଦିନରେ ତାଙ୍କୁ ବନ୍ଧୁ ଓ ପରିଜନ ମାନେ ପ୍ରତିବର୍ଷ ଚକଲେଟ୍ ଓ ଟେଷ୍ଟି ମିଠା ଜିନିଷ ପଠାଇଥାନ୍ତି ।

ସେହିପରି ଭିକି ମଧ୍ୟ କଟ୍ରିନାଙ୍କ ପ୍ରିୟ ବ୍ୟାକେରୀରୁ ମେଡ୍ ଟୁ ଅର୍ଡର୍ ଚକଲେଟ୍ ବ୍ରାଉନୀ ପ୍ୟାକ୍ କରି ତାଙ୍କ ଘରକୁ ପଠାଇଛନ୍ତି । ପ୍ୟାକେଟ୍ ଭିତରେ ଏକ ନୋଟ୍ ଓ ରିଙ୍ଗ୍ ରହିଥିଲା । ନୋଟ୍ ରେ ଲେଖାଥିଲା ଯେ, କଣ ତୁମେ ମୋତେ ବିବାହ କରିବ? ତେବେ କଟ୍ରିନା ଏହି ସରପ୍ରାଇଜ୍ ପାଇବା ପରେ ଖୁସିରେ ହୋଇ ହଁ ଭରିଛନ୍ତି ।

Get real time updates directly on you device, subscribe now.