fbpx
BSKY SKY
BSKY SKY

ଶୀତରେ ଥରୁଛି ଓଡିଶା: ୧୦ ଡିଗ୍ରୀ ତଳେ ୧୦ଟି ସହର

BSKY

ଭୁବନେଶ୍ୱର,୨୧ ।୧୨(ଓଡିଶା ଭାସ୍କର): ସାରା ରାଜ୍ୟରେ ଶୀତର ଲହରୀ ଜାରି ରହିଛି । ୧୦ ଡିଗ୍ରୀ ତଳେ ରହିଛି ରାଜ୍ୟର ୧୦ଟି ସହର । ୪ ଡିଗ୍ରୀ ସହ ଫୁଲବାଣୀ ହୋଇଛି ରାଜ୍ୟର ସବୁଠୁ ଶୀତଳ ସହର । ତେବେ ଝାରସୁଗୁଡାରେ ୫.୮ ଡିଗ୍ରୀ, ଦାରିଙ୍ଗବାଡିରେ ୬ ଡିଗ୍ରୀ, ଅନୁଗୁଳରେ ୬.୬ ଡିଗ୍ରୀ, କୋରାପୁଟରେ ୭ ଡିଗ୍ରୀ, ଭବାନୀପାଟଣାରେ ୭.୮, ବଲାଙ୍ଗୀରରେ ୮.୮ ଡିଗ୍ରୀ, ବୌଦ୍ଧରେ ୯, କେନ୍ଦୁଝରରେ ୯.୩ ଓ ସୋନପୁରରେ ୯.୪ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି କଟକରେ ୧୧ ଡିଗ୍ରୀ ଓ ଭୁବନେଶ୍ୱରରେ ୧୨.୯ ଡିଗ୍ରୀ ରେକର୍ଡ କରାଯାଇଛି ।

Get real time updates directly on you device, subscribe now.