fbpx

ଦିନକରେ ୩୩୩ ମୃତ, ୨୪ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୨୧ା୧୨: ସମଗ୍ର ଦେଶରେ ୨୪ ଘଣ୍ଟାରେ ୩୩୩ ଜଣ କରୋନାରେ ମୃତ୍ୟୁବରଣ କରିଥିବା ଜଣାଯାଇଛି । ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୫ ହଜାର ୮୧୦କୁ ବୃଦ୍ଧି ପାଇଛି । ତେବେ ଦିନକରେ ୨୪ ହଜାର ୩୩୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ନିଟ କେସ୍ ୩ ଲକ୍ଷ ୩ ହଜାର ୬୩୯ ରହିଥିବା ବେଳେ ମୋଟ ସୁସ୍ଥ ସଂଖ୍ୟା ୯୬ ଲକ୍ଷ ୬ ହଜାର ୧୧୧ ରହିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.