fbpx

‘ଓଡ଼ିଶା ଗ୍ରାମୀଣ ସହରୀ ରୂପାନ୍ତରଣ ନୀତି’କୁ ମଞ୍ଜୁରୀ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କର ବିଭିନ୍ନ ସମସ୍ୟାର ସମାଧାନ କରିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ଏହା ମଧ୍ୟରେ ସହର ଓ ଗାଁ ମଧ୍ୟରେ ବ୍ୟବଧାନକୁ ହ୍ରାସ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଗ୍ରାମାଞ୍ଚଳର ଲୋକମାନେ କିପରି ସହରୀ ସେବା ପାଇପାରିବେ ସେହି ଲକ୍ଷ୍ୟରେ ‘ଓଡ଼ିଶା ଗ୍ରାମୀଣ ସହରୀ ରୂପାନ୍ତରଣ ନୀତି’କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରୀ ଦେଇଛନ୍ତି ।

ତେବେ ଏହି ନୀତି ପ୍ରଣୟନ କରିବାରେ ଓଡ଼ିଶରେ ପ୍ରଥମ ରାଜ୍ୟ ହୋଇଥିବା ବେଳେ ଅଣଯୋଜନାବଦ୍ଧ ଓ ଅନିୟମିତ ସହରୀକରଣ ଦ୍ୱାରା ସୃଷ୍ଟି ହେଉଥିବା ସମସ୍ୟାକୁ ସମାଧାନ କରିବାରେ ଏହା ସହାୟକ ହୋଇପାରିବ । ବର୍ତ୍ତମାନ ଗ୍ରାମାଞ୍ଚଳକୁ ସହରାଞ୍ଚଳ ଭାବେ ଗଢ଼ି ତୋଳିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ ଏହା ନାଗରିକଙ୍କ ସାମାଜିକ ଓ ଅର୍ଥନୈତିକ ଅବସ୍ଥା ଉପରେ ପ୍ରଭାବ ପକାଉଛନ୍ତି । ମାତ୍ର ଏହି ପରିବର୍ତ୍ତନକୁ ଗ୍ରହଣ କରି ଆଗକୁ ବଢ଼ିବା ପାଇଁ ସେପରି କିଛି ବ୍ୟବସ୍ଥା ନାହିଁ । ଫଳରେ ଏନେଇ ଲୋକଙ୍କ ମଧ୍ୟରେ ବିରୋଧାଭା ସୃଷ୍ଟି ହେଉଛି ।

ବର୍ତ୍ତମାନ ରାଜ୍ୟର ମୋଟ ଜନସଂଖ୍ୟାରେ ୧୯ ପ୍ରତିଶତ ଲୋକ ସହରାଞ୍ଚଳରେ ବସବାସ କରୁଥିବା ବେଳେ ଆସନ୍ତା ୨୦୩୧ ସୁଦ୍ଧା ଏହା ୨୧ ପ୍ରତିଶତକୁ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ତେବେ ସହର ନିକଟବର୍ତ୍ତୀ ଅଞ୍ଚଳଗୁଡ଼ିକ ସହରାଞ୍ଚଳ ଭାବେ ବିଜ୍ଞପ୍ତି ପାଉଥିଲେ ହେଁ ନାଗରିକମାନେ ବିଭିନ୍ନ ସୁବିଧା ଓ ସେବା ପାଇପାରୁ ନାହାନ୍ତି । ତେବେ ଆବଶ୍ୟକୀୟ ଅନୁଷ୍ଠାନର ଅନୁପସ୍ଥିତି ଏହି ପରିସ୍ଥିତିର ମୂଳ କାରଣ ବୋଲି ବିଶେଷଜ୍ଞଙ୍କ ପରାମର୍ଶ ପରେ ଜଣାପଡ଼ିଛି । ତେବେ ଗ୍ରାମାଞ୍ଚଳରେ ବାସବାସ କରୁଥିବା ଲୋକଙ୍କୁ ସହରାଞ୍ଚଳ ନାଗରିକଙ୍କ ଭଳି ସେବା ଓ ଭିତ୍ତିଭୂମି ପ୍ରଦାନ କରିବା ଏହି ନୀତିର ମୁଖ୍ୟ ଲକ୍ଷ୍ୟ ରହିଛି ।

Get real time updates directly on you device, subscribe now.