fbpx

ଲକ୍ଷ୍ନୌରେ ଓଡିଆ ଯୁବତୀଙ୍କୁ ହତ୍ୟା, ଆଉ ତାପରେ କାରରେ ତାଙ୍କ…

ଓଡିଶା ଭାସ୍କର; ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଠାରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ବୃନ୍ଦାବନ ସେକ୍ଟର ୧୯ ରେ କାରରୁ ଜଣେ ଓଡିଆ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଯୁବତୀ ଜଣକ ଓଡ଼ିଆ ବୋଲି ପ୍ରଥମେ ଜଣା ପଡିଥିଲେ । ପରେ ଅଧିକ ଛାନଭିନ ହେବାରୁ ଯୁବତୀ ଜଣଙ୍କର ସମୁର୍ଣ୍ଣ ପରିଚୟ ମିଳିପାରିଛି । ମୃତ ଓଡ଼ିଆ ଯୁବତୀଙ୍କ ନାମ ହେଉଛି ସୁସ୍ମିତା ରାଉତ । ଯାଜପୁର ଜିଲ୍ଲା ବିଂଝାରପୁର ବାଙ୍କିପାଳ ଗାଁରେ ସୁସ୍ମିତାଙ୍କ ଘର ।

ଏକ କାର ଭିତରେ ଜଣେ ଯୁବତୀ ମୃତ ଅବସ୍ଥାରେ ପଡିରହିଥିବା ସୂଚନା ପାଇଥିଲା ସ୍ଥାନୀୟ ପୋଲିସ । ଏହା ପରେ ପୋଲିସ ସୁସ୍ମିତାଙ୍କ ମୃତ ଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲେ । ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଥିଲା ଯେ, ସୁସ୍ମିତାଙ୍କ ତଣ୍ଟିଚିପି ହତ୍ୟା କରାଯାଇଛି ବୋଲି । ସାଙ୍ଗମାନଙ୍କ ଜନ୍ମଦିନ ପାର୍ଟିରେ ସାମିଲ ହେବାପାଇଁ ଯାଇଥିବା ବେଳେ ପରେ କାରରୁ ତାଙ୍କର ମୃତଦେହକୁ ପୁଲିସ ଉଦ୍ଧାର କରିଥିଲା । ସେପଟେ ଏହି ମାମଲାରେ ସୁସ୍ମିତାଙ୍କ ବନ୍ଧୁ ବିଷ୍ଣୁ ଦ୍ୱିବେଦୀଙ୍କ ମିଛର ପର୍ଦ୍ଦାଫାଶ ହୋଇଛି ।

ପୋଲିସ ଅଧିକାରୀ କହିଛନ୍ତି ଯେ ମହିଳା ଜଣକ ଚାକିରି ଖୋଜିବା ପାଇଁ ଲକ୍ଷ୍ନୌକୁ ଆସିଥିଲେ। ଏହା ସହ କହିଛନ୍ତି, ଅଭିଯୁକ୍ତ ଦ୍ୱିବେଦୀ ଯିଏ ପୂର୍ବରୁ ବିବାହିତ, ସୁସ୍ମିତା ଏବଂ ଅନ୍ୟ ଜଣେ ମହିଳାଙ୍କ ସହ ତାଙ୍କର ଅନୈତିକ ସମ୍ପର୍କ ଥିଲା। ଯେତେବେଳେ ଦ୍ୱିବେଦୀଙ୍କୁ ବିବାହ କରିବାକୁ ସୁସ୍ମିତା କହିଥିଲେ ସେତେବେଳେ ସୁସ୍ମିତା ଏବଂ ଦ୍ୱିବେଦୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା । ଏହାପରେ ଜନ୍ମଦିନ ଭୋଜିରେ ନିମନ୍ତ୍ରଣ କରିବାର ବାହାନାରେ ବିଷ୍ଣୁ ଦ୍ୱିବେଦୀ ଓ ତାଙ୍କ ସାଙ୍ଗ ମଦ୍ୟପାନ କରି କାରରେ ସୁସ୍ମିତାଙ୍କୁ ହତ୍ୟା କରିଥିଲେ । ପୁଲିସ ମୁଖ୍ୟ ଅଭିଯୁକ୍ତ ବିଷ୍ଣୁ ଦ୍ୱିବେଦୀକୁ ଧାନବାଦରୁ ଗିରଫ କରି ମାମଲା ରୁଜୁ କରିଛି । କେବଳ ବିଷ୍ଣୁ ନୁହେଁ ଅନ୍ୟ ବନ୍ଧୁମାନଙ୍କୁ ମଧ୍ୟ ପଚରାଉଚରା ଜାରିରହିଛି ।

Get real time updates directly on you device, subscribe now.