fbpx

ଗରିବ କଲ୍ୟାଣ ଯୋଜନାରେ ଓଡ଼ିଶାର ୪ଜିଲ୍ଲା ସାମିଲ ଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର

ଭୁବନେଶ୍ୱର, ୨୦ା୬(ଓଡ଼ିଶା ଭାସ୍କର):  ଗରିବ କଲ୍ୟାଣ ଯୋଜନାରେ ଓଡ଼ିଶାର ୪ଟି ଜିଲ୍ଳା ସାମିଲ ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାର ଗଞ୍ଜାମ, ଭଦ୍ରକ, ବଲାଙ୍ଗିର ଓ ବାଲେଶ୍ୱର ଜିଲ୍ଲା ଏହି ଯୋଜନାରେ ସାମିଲ ଥିବା ସୂଚନା ମିଳିଛି ।

ଉଲ୍ଳେଖଯୋଗ୍ୟ ଯେ ପ୍ରବାସୀ ଶ୍ରମିକଙ୍କ ପାଇଁ ଗରିବ କଲ୍ୟାଣ ଯୋଜନାର ଶୁଭାରମ୍ଭ ହୋଇଛି । ଭିଡ଼ିଓ କନଫରେନ୍ସ ଜରିଆରେ ଆଜି ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗ୍ରାମାଞ୍ଚଳରେ ଜୀବିକା ଯୋଗାଇବାରେ ଏହି ଯୋଜନା ସହାୟକ ହେବ । ଓଡ଼ିଶା ସମେତ ୬ଟି ରାଜ୍ୟର ୧୧୬ ଗ୍ରାମୀଣ ଜିଲ୍ଲାରେ ଏହି ଅଭିଯାନ ଚାଲିବ ।୧୨୫ ଦିନିଆ ଅଭିଯାନରେ ପ୍ରବାସୀ ଶ୍ରିମକଙ୍କୁ ଏହି ନିଯୁକ୍ତି ମିଳିବ । କୁଶଳୀ ଶ୍ରମିକମାନଙ୍କର ଦକ୍ଷତା ଓ ତାଲିମ ଭିତ୍ତିରେ ନିଯୁକ୍ତି ମିଳିବ ।

Get real time updates directly on you device, subscribe now.