fbpx

ଜୁନ୍ ୨୧ରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ, ଜାଣନ୍ତୁ ଏହି ସମୟରେ କ’ଣ କରିବେ ଓ କ’ଣ ନକରିବେ?

୨୦୨୦ର ପ୍ରଥମ ସୂର୍ଯ୍ୟପରାଗ ଜୁନ୍ ୨୧ ଅର୍ଥାତ୍ ରବିବାର ଦିନ ଲାଗିବ । ଭାରତର ସମୟ ଅନୁସାେ. ଏହି ସୂର୍ଯ୍ୟପରାଗ ସକାଳ ୯ଟା୧୫ରୁ ଆରମ୍ଭ ହେବ ଓ ଏହାର ପ୍ରଭାବ ଦ୍ୱିପହର ୧୨ଟା ୧୦ ମିନିଟ୍ ପର୍ଯ୍ୟନ୍ତ ରହିବ । ଆଂଶିକ ସୂର୍ଯ୍ୟପରାଗ ଅପରାହ୍ନ ୩ଟା ୪ ମିନିଟରେ ସମାପ୍ତ ହେବ । ଏନେଇ ଆଜି ରାତି ୧୦ଟା ୧୪ରୁ ହାଣ୍ଡିଛାଡ କରାଯିବ । ତେବେ ଏହି ସୂର୍ଯ୍ୟପରାଗ ସମସ୍ତ ଗ୍ରହଣଠାରୁ ଭିନ୍ନ ଓ ଏହା ପରେ ଏହିପରି ସୂର୍ଯ୍ୟପରାଗ ୨୦୧୯ରେ ଦେଖାଯିବ । ୨୧ ଜୁନ୍ ହେଉଛି ସବୁଠାରୁ ବଡ ଦିନ ।

ସମୟ
ଭାରତୀୟ ମାନକ ସମୟ ଅନୁସାରେ, ଆଂଶିକ ସୂର୍ଯ୍ୟପରାଗ ସକାଳ ୯.୧୫ରୁ ଆରମ୍ଭ ହେବ । କିନ୍ତୁ ସମ୍ପୂର୍ଣ୍ଣ ସୂର୍ଯ୍ୟପରାଗ ୧୦ଟା ୧୭ ମିନିଟରରୁ ଆରମ୍ଭ ହେବ । ୧୨,୧୦ ପର୍ଯ୍ୟନ୍ତ ଏହାର ପ୍ରଭାବ ରହିବା ସହ ଏହାର ଆଂଶିକ ପର୍ଯ୍ୟାୟ ଅପରାହ୍ନ ୩.୩୦ରେ ଶେଷ ହେବ ।

କେଉଁ କେଉଁଠାରେ ଦୃଶ୍ୟ ହେବ

ଏହି ସୂର୍ଯ୍ୟପରାଗ ଭାରତ ସମେତ ଚୀନ, ଆଫ୍ରିକା, କଙ୍ଗୋ, ନେପାଳ ଓ ପାକିସ୍ତାନ ଆଦି ଦେଶରେ ଦୃଶ୍ୟ ହେବ । ଏହା ସହ ଭାରତର ଡେରାଡୁନ୍, ସିର୍ସା ଓ ତେହେରୀ ଆଦି ସହରରେ ପୂର୍ଣ୍ଣ ସୂର୍ଯ୍ୟ ଦେଖାଯିବ । ସେହିପରି ଦେଶର ଅନ୍ୟ ସହରଗୁଡିକରେ ଆଂଶିକ ସୂର୍ଯ୍ୟପରାଗ ଦୃଶ୍ୟ ହେବ ।

କଣ କରିବେ ଓ କ’ଣ ନକରିବେ

– ସୂର୍ଯ୍ୟପରାଗ ସମୟରେ ଖାଦ୍ୟ ଖାଇବା, ଶବ୍ଦ କରିବା କିମ୍ବା ପୂଜାପାଠ ଭଳି କୌଣସି ପ୍ରକାରର ଶୁଭ କାର୍ଯ୍ୟ କରିବାକୁ ଉଚିତ ନୁହେଁ ।

– କିନ୍ତୁ ଯଦି ଆପଣ ଚାହାଁନ୍ତି ତେବେ ଏହି ସମୟରେ ଗୁରୁ ମନ୍ତ୍ର ଜପ, ମନ୍ତ୍ର ସିଦ୍ଧି, ରାମାୟଣ ଆଦି ପାଠ କରିପାରିବେ ।

– ଗର୍ଭବତୀ ମହିଳାମାନେ ସୂର୍ଯ୍ୟପରାଗ ସମୟରେ ଘରୁ ବାହାରକୁ ଯିବା ଉଚିତ୍ ନୁହେଁ । କାରଣ ସୂର୍ଯ୍ୟପରାଗ ସମୟରେ ସୂର୍ଯ୍ୟଙ୍କର ଅତିବାଇଗଣି ରଶ୍ମି ବାହାରିଥାଏ, ଯାହାକି ଗର୍ଭସ୍ଥ ଶିଶୁ ପାଇଁ କ୍ଷତିକାରକ ହୋଇଥାଏ ।

– ସୂର୍ଯ୍ୟପରାଗ ସମାପ୍ତ ହେବା ପରେ ପବିତ୍ର ନଦୀରେ ସ୍ନାନ କରିବା ଉଚିତ୍ ।

– ସୂତାକ ଲାଗିବା ପୂର୍ବରୁ ଆପଣ ଘରେ ଥିବା ସମସ୍ତ ଖାଦ୍ୟ ପଦାର୍ଥରେ ତୁଳସୀ ପତ୍ର ପକାଇବା ଉଚିତ୍ ।

– ଏହା ସହ ସୂତାକ ଲାଗିବା ପୂର୍ବରୁ ଘରର ମନ୍ଦିରକୁ ଏକ ପରଦା ସହିତ ଘୋଡାନ୍ତୁ ।

– କୁହାଯାଏ ଯେ, ସୂର୍ଯ୍ୟପରାଗ ଶେଷ ହେବା ପରେ, ମନର ଶୁଦ୍ଧତା ପାଇଁ ଦାନ କରିବା ଉଚିତ୍ ।

Get real time updates directly on you device, subscribe now.