fbpx
BJD SKY
BJD SKY

Breaking; ସାଂଘାତିକ ହେଉଛି ଓଡ଼ିଶାର ପ୍ରଦୂଷଣ ସ୍ଥିତି: ୬ଟି ସହରର ଅବସ୍ଥା ସଙ୍ଗୀନ

BJD

ଭୁବନେଶ୍ୱର: ବର୍ତ୍ତମାନ ବାୟୁ ପ୍ରଦୂଷଣ ସାରା ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି । ରାଜଦାନୀ ଦିଲ୍ଲୀ ପରେ ଏବେ ଓଡ଼ିଶା ମଧ୍ୟ ସମାନ ଦିଗରେ ଗତି କରୁଛି । ଓଡ଼ିଶାର ବିଭିନ୍ନ ସହର ଏବେ ପ୍ରଦୂଷଣର ସାଂଘାତିକ ସ୍ଥିତିରେ ପହଞ୍ଚି ସାରିଛି । ଓଡ଼ିଶାର ପ୍ରଦୂଷଣ ଏବେ ଦିଲ୍ଲୀକୁ ମଧ୍ୟ ଅତିକ୍ରମ କରି ସାରିଛି । ତେବେ ରାଜ୍ୟରମୋଟ ୬ଟି ସହରରେ ପ୍ରଦୂଷଣ ମାତ୍ରା ଦ୍ରୁତ ଗତିରେ ବଢିବାରେ ଲାଗିଛି ।

ଅନୁଗୁଳରେ ସର୍ବାଧିକ ପ୍ରଦୂଷଣ ହେଉଥିବା ବେଳେ ଏହା ଦିଲ୍ଲୀକୁ ମଧ୍ୟ ପଛରେ ପକାଇ ଦେଇଛି । ଅନୁଗୁଳର ବାୟୁ ପ୍ରଦୂଷଣ ମାତ୍ରା ଏବେ ସାରା ରାଜ୍ୟ ପାଇଁ ବଡ଼ ସମସ୍ୟା ହୋଇ ଠିଆ ହୋଇଛି । ଅନୁଗୁଳ ସହରରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ବର୍ତ୍ତମାନ ୩୫୨ ରହିଥିବା ରିପୋର୍ଟରୁ ଜାଣିବାକୁ ମିଳିଛି । ତେବେ ରାଜ୍ୟର ରାଜଧାନୀ ମଧ୍ୟ ବିଶେଷ ପଛରେ ରହିନାହିଁ । ଭୁବନେଶ୍ୱରରେ ୩୩୪ ରହିଛି ଏୟାର କ୍ୱାଲିଟି ଇଣ୍ଡେକ୍ସ । ବଢୁଥିବା ଏହି ବାୟୁ ପ୍ରଦୂଷଣ ସମସ୍ୟା ଧିରେ ଧିରେ ରାଜ୍ୟବାସୀଙ୍କ ପାଇଁ ବିପଦ ପାଲଟିଛି ।

Get real time updates directly on you device, subscribe now.