fbpx

ବର୍ଷ ବର୍ଷ ପରେ ହେବାକୁ ଯାଉଛି ଶନି-ଶୁକ୍ରଙ୍କ ମହାମିଳନ, ତିନି ରାଶିଙ୍କ ଲାଗି ରାଜଯୋଗ

ଓଡିଶା ଭାସ୍କର: ନୂଆ ବର୍ଷ ଆରମ୍ଭ ବା ୨୦୨୪କୁ ନେଇ ସମସ୍ତେ ଉତ୍ସାହିତ। ତେବେ ଏହି ନୂତନ ବର୍ଷ ଗ୍ରହ ଓ ନକ୍ଷତ୍ର ଅନୁଯାୟୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। କାରଣ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗ୍ରହ, ନକ୍ଷତ୍ର ଏବଂ ରାଶି ଚିହ୍ନ ସମସ୍ତଙ୍କ ଜୀବନରେ ବହୁତ ମହତ୍ୱ ରଖେ। ପ୍ରତ୍ୟେକ ରାଶି ଚିହ୍ନର ଗତି, ମିଳନ, ଭବିଷ୍ୟତ ଅଲଗା ଅଟେ। ଏଭଳି ପରିସ୍ଥିତିରେ ନୂଆ ବର୍ଷରେ ଏମିତି କିଛି ରାଶି ଚିହ୍ନ ଲୋକ ରହିଛନ୍ତି ଯାହାଙ୍କର ଭାଗ୍ୟ ବଦଳିବାକୁ ଯାଉଛି। ତେବେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶନି ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ ଅଛନ୍ତି । କିନ୍ତୁ ଚଳିତ ବର୍ଷ ମାର୍ଚ୍ଚ ୧ ତାରିଖରେ ଶୁକ୍ର କୁମ୍ଭ ରାଶିକୁ ଚଳନ କରିବେ। ତେଣୁ ଗୋଟିଏ ରାଶିରେ ଦୁଇଟି ଗ୍ରହଙ୍କ ମିଳନ ଦୁର୍ଲଭ ସଂଯୋଗ ସୃଷ୍ଟି କରୁଛି । ଅର୍ଥାତ୍ ଶନି-ଶୁକ୍ର ଦିର୍ଘ ୩୦ ବର୍ଷ ପରେ ଗୋଟିଏ ରାଶିରେ ମିଳନ ହେବେ। ତେବେ, ଶନି-ଶୁକ୍ରଙ୍କ ଏହି ମିଳନ ଦୁର୍ଲଭ ସଂଯୋଗ ବା ଶନି ଶୁକ୍ର ୟୁତି ଯୋଗ ସୃଷ୍ଟି କରୁଛି ବୋଲି ଜ୍ୟୋତିଷ ମାନେ ମତ ରଖିଛନ୍ତି । ଏହି କାରଣରୁ ତିନି ରାଶିର ଲୋକଙ୍କ ପାଇଁ ଅତିରୁ ଅତି ଶୁଭ ହେବାକୁ ଯାଉଛି।

Shani Shukra Yuti 2024: କେଉଁ ସବୁ ରାଶିଙ୍କ ଲାଗି ହେବ ରାଜଯୋଗ?

Shani Shukra Yuti (ତୁଳା): ଶନି-ଶୁକ୍ରଙ୍କ ମିଳନ ପାଇଁ ଏହି ରାଶିର ଲୋକଙ୍କ ଲାଗି ଅତ୍ୟନ୍ତ ଲାଭଦାୟୀ ହେବ। ସେମାନଙ୍କ କ୍ୟାରିୟରରେ ଅଗ୍ରଗତି ହେବ। ଯେଉଁମାନେ ଚାକିରି କରୁଛନ୍ତି, ସେମାନଙ୍କୁ ପଦୋନ୍ନତି ମିଳିବାର ମଧ୍ୟ ସମ୍ଭାବନା ରହିଛି। ଆର୍ଥିକ ସ୍ଥିତିରେ ମଧ୍ୟ ସୁଧାର ଆସିବ। ସେହିପରି ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିଛି। ଅନ୍ୟପଟେ ଜୀବନରେ ଲାଗି ରହିଥିବା ସମସ୍ତ ସମସ୍ୟାରୁ ମୁକ୍ତି ମିଳିବ। ବିଦେଶ ଯାତ୍ରାର ଯୋଗ ମଧ୍ୟ ରହିଛି। ପୌତୃକ ସମ୍ପତ୍ତିରୁ ଲାଭ ମିଳିବ। ଆର୍ଥିକ ସମସ୍ୟା ଦୂର ହେବ।

Shani Shukra Yuti (ମିଥୁନ): ଶନି-ଶୁକ୍ରଙ୍କ ମିଳନ ମିଥୁନ ରାଶିର ଲୋକଙ୍କ ପାଇଁ ବି ମଧ୍ୟ ଅତ୍ୟନ୍ତ ଲାଭଦାୟୀ ହେବ। ଯଦି ଆପଣ, ଏହି ଅବଧି ମଧ୍ୟରେ କୌଣସି ଯୋଜନା କାର୍ୟ୍ୟକାରୀ କରନ୍ତି ସେଥିରୁ ଅଧିକ ଲାଭ ପାଇବେ। ଆକସ୍ମିକ ଧନଲାଭର ଯୋଗ ରହିଛି । ବ୍ୟବସାୟରେ ଅଟିକି ଥିବା ଟଙ୍କା ଆପଣଙ୍କୁ ମିଳିବ। ସେହିପରି ବିଭିନ୍ନ କ୍ଷେତ୍ରରେ ଏହି ରାଶିର ଲୋକେ ସଫଳତା ପାଇବେ। ଅନ୍ୟପଟେ ବିଦେଶ ଭ୍ରମଣ କରିପାରିବେ। ସନ୍ତାନ ପ୍ରାପ୍ତିର ଖବର ବି ପାଇ ପାରନ୍ତି। ବ୍ୟବସାୟୀଙ୍କ ପାଇଁ ସମୟ ବହୁତ ଭଲ ରହିଛି। କ୍ୟାରିୟର ସହିତ ଜଡି଼ତ କିଛି ଭଲ ଖବର ପାଇପାରନ୍ତି। ଯେଉଁମାନଙ୍କର ସନ୍ତାନ ରହିଛି ସେମାନେ ତାଙ୍କ ସନ୍ତାନଙ୍କ ଠାରୁ ଖୁସି ଖବର ପାଇବେ।

Shani Shukra Yuti (କୁମ୍ଭ): ଶନି ଓ ଶୁକ୍ରଙ୍କ ଆଶ୍ରିବାଦରୁ ଏହି ରାଶିର ଲୋକଙ୍କ ପାଇଁ ମଧ୍ୟ ଲାଭଦାୟକ ହେବାକୁ ଯାଉଛି। ଏହି ଲୋକମାନଙ୍କର ପୁରୁଣା ସମସ୍ୟା ଶେଷ ହେବ । ଫଳରେ ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତି ଭଲ ହେବ। ସେହିପରି ପ୍ରଗତିର ରାସ୍ତା ମଧ୍ୟ ଖୋଲିଯିବ। ଆପଣଙ୍କର ଜୀବନରେ ଧନ, ସମୃଦ୍ଧତା ଏବଂ ସୁଖ ଆସିବ । ଯେକୌଣସି ସ୍ଥାନରେ ଅଟକି ଥିବା ଟଙ୍କା ସେମାନଙ୍କୁ ମିଳିବ। ଚାକିରିରେ ଅଗ୍ରଗତି ହେବ । ଏବଂ ବିଶେଷ କରି ଯେଉଁ ଛାତ୍ରଛାତ୍ରୀମାନେ କମ୍ପିଟେଟିଭ୍ ଏକ୍ସାମ ପାଇଁ ପ୍ରସ୍ତୁତ ହେଉଛନ୍ତି । ସେମାନଙ୍କୁ ଶୁଭ ଫଳ ମିଳିବ। ଆଶାୟୀଙ୍କୁ ସରକାରୀ ଚିକିରି ମିଳିବାର ସମ୍ଭାବନା ରହିଛି। ଅବିବାହିତଙ୍କ ପାଇଁ ବିବାହ ଠିକ୍ ହୋଇପାରେ। ଏହି ଅବଧି ମଧ୍ୟରେ ଆପଣ ନୂଆ ଜମି ଓ ଗାଡି କିଣି ପାରନ୍ତି।

 

Get real time updates directly on you device, subscribe now.