fbpx
BSKY
BJD SHG SKY
BJD YOUTH SKY

ସାକାର ହେଉଛି ଓଡ଼ିଶାର ‘ସମଲେଇ’ ସ୍ୱପ୍ନ: ନୂଆ ରୂପ ନେବ ସମଲେଇ ହେରିଟେଜ୍ ପ୍ରକଳ୍ପ

ଓଡ଼ିଶା ଭାସ୍କର: ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବା ମା ସମଲେଇଙ୍କ ପୀଠରେ ଜାରି ରହିଛି ନବକଳେବର ପ୍ରକ୍ରିୟା । ସମଲେଇ ପୀଠକୁ ନୂଆ ରୂପରେ ଦେଖିବାର ରାଜ୍ୟବାସୀଙ୍କ ସ୍ୱପ୍ନ ଖୁବଶୀଘ୍ର ସତରେ ପରିଣତ ହେବାକୁ ଯାଉଛି । ସମଲେଇ ପୀଠକୁ ରୂପାନ୍ତରଣ କରିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଏବେ ସଫଳତା ଦିଗରେ ଆଗେଇ ଚାଲିଛି । ସମଲେଇ ହେରିଟେଜ ପ୍ରକଳ୍ପରେ ହେରିଟେଜ କରିଡର ରୂପାନ୍ତରଣ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହି ପ୍ରକଳ୍ପ ସହିତ ହୀରାକୁଦକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବା ସହ ଉନ୍ନୟନ ପାଇଁ ୫୦ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।

୨୦୨୦ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତରେ ସେ ସମଲେଇ ହେରିଟେଜ ପ୍ରକଳ୍ପର ଘୋଷଣା କରିଥିଲେ । ବର୍ତ୍ତମାନ ଏହି ଐତିହାସିକ ପୀଠର ବାସ୍ତବ ଚିତ୍ର ପରିବର୍ତ୍ତନ ହେବାରେ ଲାଗିଛି । ମନ୍ଦିର ପରିସରରେ ଇତିହାସର ସୂଚନା ଦେବା ସହ ଆକୃଷ୍ଟ କରିବା ପାଇଁ ଜିକମିକ ଆଲୁଅ ଏବଂ ସାଉଣ୍ଡ ସିଷ୍ଟମ ଉଦଘାଟନ ହୋଇସାରିଛି । ତେବେ ବର୍ତ୍ତମାନ ସମଲେଇ ମନ୍ଦିରରେ ଶ୍ରଦ୍ଧାଳୁ ସୁନ୍ଦର ଆଧ୍ୟାତ୍ମିକ ପରିବେଶକୁ ଉପଭୋଗ କରିପାରିବେ । ଏଥିରେ ଭକ୍ତମାନଙ୍କ ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଇଥିବା ବେଳେ ଯାତ୍ରୀମାନଙ୍କ ପାଇଁ ମଧ୍ୟ ବିଭିନ୍ନ ବ୍ୟବସ୍ଥା ଉପଲବ୍ଧ ରହିଛି । ପର୍ଯ୍ୟଟକମାନଙ୍କ ମନରେ ପୀଠର ଏକ ସ୍ୱତନ୍ତ୍ର ଛାପ ଛାଡ଼ିବା ଉଦ୍ଦେଶ୍ୟରେ ପ୍ରକଳ୍ପକୁ ନୂଆ ରୂପ ପ୍ରଦାନ କରାଯାଉଛି । ପର୍ଯ୍ୟଟକମାନଙ୍କ ପ୍ରାଥମିକ ଚିକିତ୍ସା ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି ।

ମନ୍ଦିରର ଚାରି ପାଖରେ ସ୍ଥାନୀୟ ସଂସ୍କୃତି ଓ ପରମ୍ପରାକୁ ସ୍ତାନ ଦିଆଯାଇଛି । ମନ୍ଦିରର ସୌନ୍ଦର୍ଯୀକରଣକୁ ଦ୍ୱିଗୁଣିତ କରିବା ପାଇଁ ସ୍ଥାନୀୟ ବୃକ୍ଷଲତାକୁ ବ୍ୟବହାର କରାଯିବା ସହିତ ସଂସ୍କୃତି ଓ ପରମ୍ପରା ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ତେବେ ଏହି ସମଲେଇ ଯୋଜନାକୁ ପ୍ରଥମ ପର୍ଯ୍ୟାୟରେ ୨୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ପରବର୍ତ୍ତୀ ଆର୍ଥିକ ବର୍ଷ(୨୦୨୨-୨୩)ରେ ପୁଣିଥରେ ୨୦୦ କୋଟି ଟଙ୍କର ଅନୁଦାନକୁ ମଞ୍ଜୁରୀ ମିଳିଛି । ତେବେ ଏହି ପ୍ରକଳ୍ପ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଖୁବଶୀଘ୍ର ସମଗ୍ର ରାଜ୍ୟ ପଶ୍ଚିମ ଓଡ଼ିଶାର ସମଲେଇ ପ୍ରକଳ୍ପର ନୂଆ ରୂପ ଦେଖିବାକୁ ପାଇବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.