fbpx
BJD SKY
BJD SKY

ଓଡ଼ିଶା ବନ ଉନ୍ନୟନ ନିଗମ ଲିମିଟେଡ ପକ୍ଷରୁ ବିଜ୍ଞପ୍ତି: ଆସିଷ୍ଟାଣ୍ଟ, ଷ୍ଟେନୋ, ଫିଲ୍ଡ ଆସିଷ୍ଟାଣ୍ଟ ପଦରେ ଦିଆଯିବ ନିଯୁକ୍ତି

BJD

ନିକଟରେ ରାଜ୍ୟର ସରକାରଙ୍କ ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ସେନେଇ ଆବେଦନ ଓ ଚୟନ ପ୍ରକ୍ରିୟା ଜାରି ରହିଛି । ତେବେ ଏହା ମଧ୍ୟରେ ପୁଣି ଆସିଛି ଏକ ନିଯୁକ୍ତି ସୁଯୋଗ । ଓଡ଼ିଶା ବନ ଉନ୍ନୟନ ନିଗମ ଲିମିଟେଡ (ଓଏଫଡିସିଏଲ) ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ପ୍ରାର୍ଥୀଙ୍କୁ ଆକାଉଣ୍ଟସ ଆସିଷ୍ଟାଣ୍ଟ ଗ୍ରେଡ-୨, ଆସିଷ୍ଟାଣ୍ଟ ଗ୍ରେଡ-୩, ଏଗଜିକ୍ୟୁଟିଭ ଆସିଷ୍ଟାଣ୍ଟ, ଫିଲ୍ଡ ଆସିଷ୍ଟାଣ୍ଟ ଗ୍ରେଡ-୨, ଫିଲ୍ଡ ଆସିଷ୍ଟାଣ୍ଟ ଗ୍ରେଡ-୩ ଆଦି ବିଭିନ୍ନ ପଦରେ ନିଯୁକ୍ତି ଦିଆଯିବ । ସମସ୍ତ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଓ ବୟସ ଯୋଗ୍ୟତା ଅଲଗା ଅଲଗା ରହିଛି । ଚଳିତ ବର୍ଷ ଜୁନ୍ ମାସ ୩୦ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୨୧ ଓ ସର୍ବାଧିକ ବୟସ ୩୮ ବର୍ଷ ହୋଇଥିବା ଆବଶ୍ୟକ ।

ଫିଲ୍ଡ ଆସିଷ୍ଟାଣ୍ଟ, ଗ୍ରେଡ-୨ (ସେକ୍ସନାଲ ସୁପରଭାଇଜର) ଓ ଫିଲ୍ମ ଆସିଷ୍ଟାଣ୍ଟ ଗ୍ରେଡ-୩ ପଦ ପାଇଁ ପ୍ରାର୍ଥୀଙ୍କ ଶାରୀରିକ ଦକ୍ଷତା ଟେଷ୍ଟ କରାଯିବ । ପୁରୁଷ ପ୍ରାର୍ଥୀଙ୍କୁ ୪ ଘଣ୍ଟାରେ ୨୫ କିଲୋମିଟର ଓ ମହିଳା ପ୍ରାର୍ଥୀଙ୍କୁ ୪ ଘଣ୍ଟାରେ ୧୬ କିଲୋମିଟର ଚାଲିବାକୁ ପଡ଼ିବ । ଆକାଉଣ୍ଟସ ଆସିଷ୍ଟାଣ୍ଟ ଗ୍ରେଡ-୨, ଆସିଷ୍ଟାଣ୍ଟ ଗ୍ରେଡ-୩ ଓ ଏଗଜିକ୍ୟୁଟିଭ ଆସିଷ୍ଟାଣ୍ଟ (ଜୁନିୟର ଷ୍ଟେନୋଗ୍ରାଫର) ପଦ ପାଇଁ ପ୍ରାର୍ଥୀଙ୍କୁ ଲିଖିତ ପରୀକ୍ଷା ଓ ପ୍ରାକ୍ଟିକାଲ ଟେଷ୍ଟ ଦେବାକୁ ପଡ଼ିବ ।

ନୋଟିଫିକେସନ ଲିଙ୍କ: https://www.odishafdc.com/admin/cms/UploadWhatNew/whatsnew_1306.pdf

Get real time updates directly on you device, subscribe now.