fbpx

ବୈଶାଖ ପୂର୍ଣ୍ଣିମାରେ ତୁଳସୀ ଗଛରେ ଅର୍ପଣ କରନ୍ତୁ ଏହି ଜିନିଷ, ପଇସାରେ ଭରିଯିବ ଆପଣଙ୍କ ଟ୍ରେଜେରୀ

ଓଡ଼ିଶା ଭାସ୍କର: ଏଥର ବୈଶାଖ ପୂର୍ଣ୍ଣିମା ବ୍ରତ ମେ’ ୨୩ ଗୁରୁବାର ଅର୍ଥାତ୍ କାଲି ଠାରୁ ଆରମ୍ଭ ହେଉଛି । ବୈଶାଖ ପୂର୍ଣ୍ଣିମାକୁ ବୁଦ୍ଧ ପୂର୍ଣ୍ଣିମା ବି କୁହାଯାଏ । ଏହିଦିନ ଯିଏ ବି ପୂର୍ଣ୍ଣିମାର ବ୍ରତ ରଖିଥାଏ ଶ୍ରୀହରି ଓ ମାତା ଲକ୍ଷ୍ମୀ ତାଙ୍କର ସମସ୍ତ ଇଚ୍ଛା ପୂରଣ କରିଥାନ୍ତି ।
ଆମେ ସମସ୍ତେ ଜାଣୁ ଯେ, ଭଗବାନ ବିଷ୍ଣୁଙ୍କୁ ତୁଳସୀ ବହୁତ ପ୍ରିୟ । ଏଣୁ ବୈଶାଖ ପୂର୍ଣ୍ଣିମାରେ ତାଙ୍କର ପ୍ରିୟ ବୃକ୍ଷ ତୁଳସୀକୁ କିଛି ଏପରି ଜିନିଷ ଅର୍ପଣ କରିବା ଉଚିତ । ଏହିଦିନ ତୁଳସୀଙ୍କୁ ଲାଲ ରଙ୍ଗର ଓଢଣୀ ଚଢାନ୍ତୁ । ଏପରି କୁହାଯାଏ କି ବୈଶାଖ ପୂର୍ଣ୍ଣିମା ଦିନ ତୁଳସୀଙ୍କୁ ଲାଲ୍ ଓଢଣୀ ଚଢାଇବା ଦ୍ୱାରା ଜୀବନରେ ଧନ ବୈଭବ ପ୍ରାପ୍ତି ହୋଇଥାଏ ।

ଏହିଦିନ ହଳଦିଆ ସୂତାରେ ୧୦୮ ଗଣ୍ଠି ପକାନ୍ତୁ ଓ ତାହାକୁ ତୁଳସୀ ରଖିଥିବା କୁଣ୍ଡିଆରେ ବାନ୍ଧି ଦିଅନ୍ତୁ । ଏହାପରେ ମା’ଙ୍କ ପାଖରେ ବସି ପ୍ରାର୍ଥନା କରନ୍ତୁ । ବୈଶାଖ ପୂର୍ଣ୍ଣିମା ଦିନ ତୁଳସୀ ବୃକ୍ଷରେ ଲାଲ୍ ସୂତା ବାନ୍ଧନ୍ତୁ । ଏହା କରିବା ଦ୍ୱାରା ମନୋସ୍କାମନା ପୂରଣ ହୋଇଥାଏ ଓ ମାତା ଲକ୍ଷ୍ମୀଙ୍କ କୃପା ସଦା ରହିଥାଏ । ଏହିଦିନ ତୁଳସୀ ଉପରେ କଞ୍ଚା କ୍ଷୀର ଅର୍ପଣ କରନ୍ତୁ । ଏହା ପୂର୍ବରୁ ତୁଳସୀ ମୂଳରେ ଏକ ଦୀପ ଜଳାନ୍ତୁ ଓ ପ୍ରାର୍ଥନା କରନ୍ତୁ ।

Get real time updates directly on you device, subscribe now.