ଭୟଙ୍କର ହେବ ଯୁଦ୍ଧ, ପାକିସ୍ତାନ ସମର୍ଥନରେ ବାହାରିଲା 57 ଦେଶ, ପଢନ୍ତୁ ଭାରତକୁ ନେଇ କଣ କହିଲେ…

ତୁର୍କୀର ଇସ୍ତାନବୁଲରେ ଅନୁଷ୍ଠିତ ଇସଲାମିକ ସହଯୋଗ ସଂଗଠନ (OIC)ର ଦୁଇଦିନିଆ ବୈଠକ ଅନୁଷ୍ଠତ ହୋଇଯାଇଛି । ଯେଉଁଠି ପାକିସ୍ତାନ ସମର୍ଥନରେ ବାହାରିଛନ୍ତି 57ଟି ଦେଶ ।

ନୂଆଦିଲ୍ଲୀ: ତୁର୍କୀର ଇସ୍ତାନବୁଲରେ ଅନୁଷ୍ଠିତ ଇସଲାମିକ ସହଯୋଗ ସଂଗଠନ (OIC)ର ଦୁଇଦିନିଆ ବୈଠକ ଅନୁଷ୍ଠତ ହୋଇଯାଇଛି । ଯେଉଁଠି ପାକିସ୍ତାନ ସମର୍ଥନରେ ବାହାରିଛନ୍ତି 57ଟି ଦେଶ । 57 ମୁସଲିମ୍ ଦେଶର ସଂଗଠନ ଓଆଇସିର ବିଦେଶମନ୍ତ୍ରୀଙ୍କ ପରିଷଦ ବୈଠକରେ ମିଳିତ ଭାବେ ଯେଉଁ ବୟାନ ଜାରି କରିଛନ୍ତି ତାହା ଭାରତ ପାଇଁ ଚିନ୍ତାର ବିଷୟ ।

ପହଲଗାମ ଆକ୍ରମଣକୁ ନେଇ ଭାରତ ଯେଉଁ ସିନ୍ଧୂ ଜଳ ଚୁକ୍ତି ବାତିଲ କରିଛି ତାହାକୁ ପୁଣି କାର୍ଯ୍ୟକାରୀ କରିବାକୁ ଦାବି କରାଯାଇଛି । ଏହାସହ ଭାରତ ପାକିସ୍ତାନ ପ୍ରତି ଯେଭଳି ସୈନ୍ୟ କାର୍ଯ୍ୟାନୁଷ୍ଠାନ ନେଲା ଓ କାଶ୍ମୀର ନୀତିକୁ ନେଇ ପାକିସ୍ତାନର ନୀତିକୁ ଏହି ସଂଗଠନ ପୂର୍ଣ୍ଣ ସମର୍ଥନ କରିଛି । ଏହାସହ ଭାରତକୁ ସଞ୍ଜମତା ରକ୍ଷା କରିବାକୁ ପରାମର୍ଶ ଦିଆଯାଇଛି ।

ବୈଠକ ପରେ ଜାରି ମିଳିତ ବୟାନରେ କୁହାଯାଇଛି କି, 1960 ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ସିନ୍ଧୁ ଜଳ ଚୁକ୍ତିକୁ ଉଭୟ ପକ୍ଷ ସଠିକ୍ ଢଙ୍ଗରେ ପାଳନ କରିବା ଉଚିତ୍ । ଅର୍ଥାତ ଏହି ଐତିହାସିକ ଚୁକ୍ତିକୁ କୌଣସି ପରିସ୍ଥିତିରେ ଉଲ୍ଲଘଂନ କରିବା ଉଚିତ ନୁହେଁ ବୋଲି ସଂଗଠନ ପରାମର୍ଶ ଦେଇଛି ।

22 ଏପ୍ରିଲରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ସହିତ ସିନ୍ଧୁ ଚୁକ୍ତି ଉପରେ ନିଜର ମତ କଠୋର କରିଥିଲା । ପାକିସ୍ତାନ ମଧ୍ୟ ଏହାକୁ କଡ଼ା ବିରୋଧ କରିଥିଲା ​​ଏବଂ ଯୁଦ୍ଧ ଧମକ ଦେଇଥିଲା। ଏହି ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ଗତ ତିନି ମାସ ଧରି ମୁହାଁମୁହିଁ ପରିସ୍ଥିତି ରହିଛି।

ଭାରତ ଯେତେବେଳେ ବିଶ୍ୱ ମଞ୍ଚରେ ନିଜକୁ ବିଶ୍ୱ ନେତା ଭାବେ ପ୍ରତିପାଦିତ କରୁଛି ସେଭଳି ସ୍ଥଳେ ଓଆଇସି ଭଳି ସଂଗଠନ ପାକିସ୍ତାନର ଆତଙ୍କବାଦ ନୀତିକୁ ସମର୍ଥନ କରି ଭାରତକୁ କଟାକ୍ଷ କରିବା ଭାରତ ପାଇଁ ଚିନ୍ତାର ବିଷୟ ପାଲଟିଛି ।