fbpx

ଦେଶରେ ପୁଣି ବଢ଼ିଲା ତେଲ ଦର: ଭୁବନେଶ୍ୱରର ଅବସ୍ଥା ଅସମ୍ଭାଳ, ଜାଣନ୍ତୁ କେତେ

ନୂଆଦିଲ୍ଲୀ: ଦେଶରେ ପୁଣି ବଢ଼ିଛି ତେଲ ଦର । ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଛି । ଦିଲ୍ଲୀରେ ପେଟ୍ରୋଲ ୧୦୬.୧୯ ଓ ଡିଜେଲ ୯୪.୯୨ ଟଙ୍କା ରହିଥିବା ବେଳେ ମୁମ୍ବାଇରେ ପେଟ୍ରୋଲ ୧୧୨.୧୧ ଓ ଡିଜେଲ ୧୦୨.୮୯ ଟଙ୍କା ରହିଛି । ତେବେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୧୦୭.୦୨ ଟଙ୍କା ରହିଛି । ସେହିପରି କୋଲକାତାରେ ପେଟ୍ରୋଲ ୧୦୬.୭୭, ଡିଜେଲ ୯୮.୦୩, ଚେନ୍ନାଇରେ ପେଟ୍ରୋଲ ୧୦୩.୩୧ ଓ ଡିଜେଲ ୯୯.୨୬ ଟଙ୍କା ରହିଛି । ଫଳରେ ଏହି ଦର ବୃଦ୍ଧି ଯୋଗୁଁ ତୈଳ ଦର ରେକର୍ଡ ସ୍ତରରେ ପହଞ୍ଚିଥିବା ଜଣାପଡ଼ିଛି ।

ଭାରତୀୟ ତୈଳ ବିପଣନ କମ୍ପାନୀମାନେ ଆଜି ପେଟ୍ରୋଲ ଦର ୩୫ ପଇସା ଓ ଡିଜେଲ ଦର ୩୫ ପଇସା ବୃଦ୍ଧି କରିଛନ୍ତି । ତେବେ ମଧ୍ୟପ୍ରଦେଶର ବାଲାଘାଟ ଜିଲ୍ଲାରେ ପେଟ୍ରୋଲ ଦର ୧୧୭.୧୭ ଓ ଡିଜେଲ ଦର ୧୦୬.୩୪ ଟଙ୍କା ସହ ସୀମା ଟପିଛି । ତେବେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ତୈଳ ଦର ମଧ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି । ପେଟ୍ରୋଲ ଦର ଅନୁଗୁଳରେ ୧୦୮.୨୫, ବାଲେଶ୍ୱରରେ ୧୦୬.୭୬, ବରଗଡ଼ରେ ୧୦୮.୦୯, ଭଦ୍ରକରେ ୧୦୭.୩୨, ବଲାଙ୍ଗିରରେ ୧୦୯.୨୭, ବୌଦ୍ଧରେ ୧୦୮.୭୭, କଟକରେ ୧୦୭.୧୩, ଦେଓଗଡ଼ରେ ୧୦୭.୫୯, ଢେଙ୍କାନାଳରେ ୧୦୭.୮୭, ଗଜପତିରେ ୧୦୯.୨୫, ଗଞ୍ଜାମରେ ୧୦୭.୪୩, ଜଗତସିଂହପୁରରେ ୧୦୬.୭୫, ଯାଜପୁରରେ ୧୦୬.୯୬, ଝାରସୁଗୁଡ଼ାରେ ୧୦୬.୮୦, କଳାହାଣ୍ଡିରେ ୧୦୯.୪୮, କନ୍ଧମାଳରେ ୧୦୯.୫୪, କେନ୍ଦ୍ରାପଡ଼ାରେ ୧୦୬.୪୪, କେଉଁଝରରେ ୧୦୮.୪୨, ମୟୁରଭଞ୍ଜରେ ୧୦୭.୨୨, ନୟାଗଡ଼ରେ ୧୦୭.୫୩, ନୂଆପଡ଼ାରେ ୧୦୯.୭୪, ପୁରୀରେ ୧୦୭.୦୫, ରାୟଗଡ଼ାରେ ୧୧୦.୯୨, ସମ୍ବଲପୁରରେ ୧୦୭.୪୪, ସୁବର୍ଣ୍ଣପୁରରେ ୧୦୮.୩୦ ଓ ସୁନ୍ଦରଗଡ଼ରେ ୧୦୭.୩୩ ଟଙ୍କା ରହିଛି ।

Get real time updates directly on you device, subscribe now.