fbpx

ଉତ୍ତରାଖଣ୍ଡରେ ଜଳପ୍ରଳୟ: ରାଜ୍ୟର ବିଭିନ୍ନ ସ୍ଥାନରେ ୪୦ମୃତ, ଉଦ୍ଧାର କାର୍ଯ୍ୟରେ ୩ ସେନା ହେଲିକପ୍ଟରକୁ ନିୟୋଜିତ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡରେ ବର୍ଷା ଓ ବନ୍ୟା ବିତ୍ପାତ୍ । ଗତ ରବିବାରଠାରୁ ଜାରି ରହିଥିବା ଲଗାଣ ବର୍ଷା ଯୋଗୁଁ ପ୍ରବଳ ବନ୍ୟା ଓ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଛି । ଏଥିରେ ରାଜ୍ୟରେ ୪୦ ଲୋକ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି । କେବଳ ନୈନିତାଲ ଜିଲ୍ଲାରେ ୧୩ ଜଣଙ୍କର ମୃତ୍ୟୁହୋଇଛି ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି ।

ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ନିଜର ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ରଦ୍ଦ କରି ବନ୍ୟା ସ୍ଥିତି ଓ ବିନ୍ନଙ୍କ ସହାୟତା କାର୍ଯ୍ୟର ସମୀକ୍ଷା ଜାରି ରଖିଛନ୍ତି । ସେ କହିଛନ୍ତି ଯେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ୩ଟି ସେନା ହେଲିକପ୍ଟରକୁ ନିୟୋଜିତ କରାଯାଇଛି । ଦୁଇଟି ହେଲିକପ୍ଟର ନୈନିତାଲକୁ ପଠାଯାଇଥିବାବେଳେ ଗୋଟିଏ ଗଡ଼ୱାଲକୁ ପଠାଯାଇଛି । ଉତ୍ତରାଖଣ୍ଡର ପ୍ରସିଦ୍ଧ ପର‌୍ୟ୍ୟଟନ ନଗରୀ ନୈନିତାଲକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଭୂସ୍ଖଳନ ଯୋଗୁଁ ସହରକୁ ସଂଯୋଗ କରୁଥିବା ତିନିଟି ପ୍ରବେଶ ପଥ ବନ୍ଦ ହୋଇଯାଇଛି । ମଲ ରୋଡ ଓ ନୈନା ଦେବୀ ମନ୍ଦିର ନିକଟସ୍ଥ ରାସ୍ତା ବନ୍ୟାରେ ବୁଡ଼ିଯାଇଛି । ରାମନଗର-ରାଣୀକ୍ଷେତ ରୁଟରେ ଥିବା ଲେମନ ଟ୍ରି ରିଜୋର୍ସରେ ପ୍ରାୟ ୧୦୦ରୁ ଅଧିକ ଲୋକ ଫସି ରହିଛନ୍ତି । ଭୂସ୍ଖଳନ ଯୋଗୁଁ ଗୋଟିଏ ହଷ୍ଟେଲ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

Get real time updates directly on you device, subscribe now.