fbpx

କାଠଯୋଡିରୁ ମିଳିଲା ଯୁବକଙ୍କ ମୃତଦେହ

କଟକ(ଓଡ଼ିଶା ଭାସ୍କର): କାଠଯୋଡି ବ୍ରିଜରୁ ନଦୀକୁ ଡେଇଁଥିବା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଦୀର୍ଘ ଘଣ୍ଟାର ଖୋଜାଖୋଜି ପରେ ଓଡ୍ରାଫ୍ ଟିମ୍ ଦ୍ୱାରା ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ କଟକ-ଭୁବନେଶ୍ୱର ରାସ୍ତା କାଠଯୋଡି ବ୍ରିଜରୁ ଯୁବକ ଡେଇଁପଡିଥିଲେ । ଯୁବକ ଜଣକ ହେଉଛନ୍ତି ଭୁବନେଶ୍ୱର ଖାରବେଳ ଅଞ୍ଚଳରେ ରହୁଥିବା ସପନ ବେହେରା ଓ ସେ କୋରିଅର ବୟ ଭାବେ କାମ କରୁଥିଲେ । ଯୁବକ ଜଣକ କାହିଁକି ନଦୀକୁ ଡେଇଁ ଆତ୍ମହତ୍ୟା କଲେ, ତାହାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ପୋଲ ଉପରେ ସ୍କୁଟି ରଖି ନଦୀକୁ ଡେଇଁଥିବାର ସ୍ଥାନୀୟ ଲୋକେ ଦେଖିଥିଲେ । ଖବର ପାଇ ଓଡ୍ରାଫ୍ ଟିମ୍ ଖୋଜାଖୋଜି ଆରମ୍ଭ କରିଥିଲା ।

Get real time updates directly on you device, subscribe now.