fbpx

ମମିତାଙ୍କ ହତ୍ୟା ଘଟଣାରେ ବଡ଼ ଖୁଲାସା, ଗୋବିନ୍ଦ ଓ ଡ୍ରାଇଭର ବଖାଣିଲେ ମୃତ୍ୟୁର କାହାଣୀ

କଳାହାଣ୍ଡି(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେରଙ୍କ ମୃତ୍ୟୁକୁ ନେଇ ତେଜିଛି ରାଜନୀତି । ସେପଟେ ଘଟଣାର ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ଡ୍ରାଇଭରକୁ ଗିରଫ କରି ପଚରାଉଚରା ଆରମ୍ଭ କରିଛି ପୋଲିସ । ମୃତ୍ୟୁ ଘଟଣାରେ ପୋଲିସକୁ ବଡ଼ ସୂଚନା ମିଳିଛି । ଗୋବିନ୍ଦ ଓ ଡ୍ରାଇଭରକୁ ଜେରା ପରେ ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ପଚରାଉଚରା ପରେ ମମିତା ମୃତ୍ୟୁ ଘଟଣାର ବଡ଼ ଖୁଲାସା ହୋଇଛି । ମହାଲିଙ୍ଗ ମିଷ୍ଟ୍ରିରେ ମମିତାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି ଗୋବିନ୍ଦ । ଗୋବିନ୍ଦ ସାହୁ ସମେତ ୪ ଜଣଙ୍କୁ ଅଟକ ରଖି ପୋଲିସ ଜେରା କରୁଛି । ଗୋବିନ୍ଦ ସହଯୋଗୀ ରାଧେ, ଜେସିବି ଡ୍ରାଇଭର, ଷ୍ଟାଡିୟମ ମୁନସି ଅଟକ ରଖିଛନ୍ତି ।

ମିଳିଥିବା ସୂଚନା ମୁତାବକ, ୭ ତାରିଖରେ ଷ୍ଟାଡିୟମରେ ଗାତ ଖୋଳିବାକୁ ଗୋବିନ୍ଦ କହିଥିଲେ । ଦିନକ ପରେ ଗାତ ପୋତିବା ପାଇଁ ଗୋବିନ୍ଦ କହିଥିଲା । ତଳେ କାଠ ପ୍ଲାଏ ଓ ଉପରେ ଟାୟାର ରଖି ପୋଡା ଯାଇଥିବା ସୂଚନା ମିଳିଛି । ମୃତଦେହରେ ଯଥେଷ୍ଟ ପରିମାଣର ଲୁଣ ଦିଆଯାଇଥିଲା । ମମିତାଙ୍କୁ ହତ୍ୟା ପାଇଁ ପୂର୍ବରୁ ହତ୍ୟା ଷଡ଼ଯନ୍ତ୍ର କରିଥଲା ଗୋବିନ୍ଦ । ଷଡଯନ୍ତ୍ର କରି ମମିତାଙ୍କୁ ଘରୁ ଡାକିଆଣି ଅଧା ରାସ୍ତାରୁ ଗାଡ଼ିରେ ନେଇଥିଲା ଗୋବିନ୍ଦ ସାହୁ । ଭବାନୀପାଟଣାରୁ ଫେରିବା ସମୟରେ ରାସ୍ତାରେ ହତ୍ୟା କରାଯାଇଥିଲା । ମମିତାଙ୍କୁ କାର ଭିତରେ ହିଁ ହତ୍ୟା କରିଥିବା ସୂଚନା ମିଳିଛି । ହତ୍ୟାକାଣ୍ଡରେ ଏକାଧିକ ବ୍ୟକ୍ତି ସମ୍ପୃକ୍ତ ଥିବା ଜଣାପଡିଛି । ହତ୍ୟା ପରେ ମୃତଦେହକୁ ପୋଡ଼ିବା ପାଇଁ ଯୋଜନା ହୋଇଥିଲା । ଜେସିବି ଡ୍ରାଇଭରକୁ ଗାତ ଖୋଳିବାକୁ ନିର୍ଦ୍ଦେଶ ଦେଇଥିଲା ଗୋବିନ୍ଦ ।

Get real time updates directly on you device, subscribe now.