fbpx

ଆଜି ପୁଣି ବଢ଼ିଲା ତୈଳ ଦର: ଜାଣନ୍ତୁ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ମୂଲ୍ୟ

ନୂଆଦିଲ୍ଲୀ: ଗୋଟିଏ ସପ୍ତାହ ମଧ୍ୟରେ ପାଞ୍ଚ ଥର ବଢ଼ିଲାଣି ତୈଳ ଦର । ଭାରତୀୟ ତୈଳ କମ୍ପାନୀମାନେ ଆଜି ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରିଛନ୍ତି । ପେଟ୍ରୋଲ ଲିଟର ପିଛା ୫୦ ପଇସା ଓ ଡିଜେଲ ଲିଟର ପିଛା ୫୫ ପଇସା ମହଙ୍ଗା ହୋଇଛି । ଏହା ଫଳରେ ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ୯୮.୬୧ରୁ ବୃଦ୍ଧି ପାଇ ୯୯.୧୧ ଟଙ୍କା ହୋଇଛି । ସେହିପରି ଡିଜେଲ ଲିଟର ୮୯.୮୭ରୁ ବୃଦ୍ଧି ପାଇ ୯୦.୪୨ ଟଙ୍କା ହୋଇଛି ।

ଆଜି ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୫୩ ପଇସା ଓ ଡିଜେଲ ଲିଟର ପିଛା ୫୮ ପଇସା ବୃଦ୍ଧି ପାଇଛି । ଏହା ଫଳରେ ପେଟ୍ରୋଲ ଲିଟର ୧୧୩.୩୫ରୁ ବୃଦ୍ଧି ପାଇ ୧୧୩.୮୮ ଟଙ୍କାରେ ପହଞ୍ଚିଥିବା ବେଳେ ଡିଜେଲ ଲିଟର ୯୭.୫୫ରୁ ବୃଦ୍ଧି ପାଇ ୯୮.୧୩ ଟଙ୍କାରେ ପହଞ୍ଚିଛି । ସେହିପରି ଚେନ୍ନାଇରେ ପେଟ୍ରୋଲ ଲିଟର ୧୦୪.୯୦ ଟଙ୍କା ରହିଥିବା ବେଳେ ଡିଜେଲ ଲିଟର ୯୫ ଟଙ୍କା, କୋଲକତାରେ ପେଟ୍ରୋଲ ଲିଟର ୧୦୮.୫୩ ଟଙ୍କା ଓ ଡିଜେଲ ୯୩.୫୭ ଟଙ୍କାରେ ପହଞ୍ଚିଛି । ବର୍ତ୍ତମାନ ସମୟରେ ୟୁକ୍ରେନ-ରୁଷିଆ ମଧ୍ୟରେ ଯୁଦ୍ଧ ଚାଲିଥିବାରୁ ଏହାର ପ୍ରଭାବରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ପାଇଛି । ତେଣୁ ଦେଶରେ ତୈଳ ଦରବୃଦ୍ଧିକୁ ନିୟନ୍ତ୍ରଣ ବାହାରେ ରହିଥିବା ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ।

Get real time updates directly on you device, subscribe now.