fbpx

ଏପ୍ରିଲ୍‌ରୁ ମହଙ୍ଗା ହେବ ମେଡିସିନ୍‌, ୮୦୦ରୁ ଅଧିକ ଔଷଧ ବଢ଼ିବ ଦାମ୍

ନୂଆଦିଲ୍ଲୀ: ପେଟ୍ରୋଲ ଡିଜେଲ, ତେଲ ଓ ଅତ୍ୟାବଶ୍ୟକ ସାମଗ୍ରୀ ପରେ ଏପ୍ରିଲରୁ ମହଙ୍ଗାଇ ତାଲିକାରରେ ଯୋଡ଼ିହେବ ମେଡିସିନ୍‌ । ଗୋଟିଏ କି ଦୁଇଟି ନୁହେଁ ପ୍ରାୟ ୮୦୦ରୁ ଅଧିକ ଔଷଧ ମହଙ୍ଗା ହେବ । ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହା ମଧ୍ୟରେ ରହିଛି ଘରେ ଘରେ ବ୍ୟବହାର ହେଉଥିବା ପାରାସିଟାମଲ ମେଡିସିନ୍‌ । ଦେଶ କୋଭିଡ ମହାମାରୀ ସ୍ଥିତି ସୁଧୁରୁଥିବା ବେଳେ ଜରୁରୀ ମେଡିସିନ୍‌ ‘ପାରାସିଟାମଲ’ର ମୂଲ୍ୟ ବଢ଼ାଇବାକୁ ଯାଉଛନ୍ତି ସରକାର । ପାଖାପାଖି ଏହି ଔଷଧର ଦାମ୍‌ ୧୦% ବଢ଼ିବ ବୋଲି ଜଣାପଡିଛି ।

ଭାରତୀୟ ଜାତୀୟ ଫାର୍ମାସ୍ୟୁଟିକାଲ୍‌ ମୂଲ୍ୟ ପ୍ରାଧିକରଣ ଶୁକ୍ରବାର ଦିନ ୨୦୨୦ ରେ ଅନୁରୂ ଅବଧିରେ ବର୍ଷ ୨୦୨୧ ପାଇଁ ହୋଲସେଲ୍‌ ମୂଲ୍ୟ ସୂଚକାଙ୍କ (ଡବ୍ଲୁିଆଇ)ରେ ୧୦.୭ ପ୍ରତିଶତ ପରିବର୍ତ୍ତନ ଘୋଷଣା କରିଛି । ସାଧାରଣ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ଏହି ଔଷଧ ଗୁଡିକର ମୂଲ୍ୟ ଏପ୍ରିଲ ୧ ରୁ ୧୦.୭ ପ୍ରତିଶତ ବୃଦ୍ଧି ପାଇବ । ଜ୍ୱର, ସଂକ୍ରମଣ, ହୃଦରୋଗ, ଉଚ୍ଚ ରକ୍ତଚାପ, ଚର୍ମ ରୋଗ, ଡାଇବେଟିସ୍‌, କର୍କଟ, ହେପାଟାଇଟିସ୍‌, କିଡନୀ ଏବଂ ରକ୍ତହୀନତାର ଚିକିତ୍ସା ପାଇଁ ବ୍ୟବହୃତ ଔଷଧର ମୂଲ୍ୟ ବୃଦ୍ଧି ପାଇବ । ଦମ୍‌ ବର୍ଦ୍ଧିତ ହେବାକୁ ଥିବା ଔଷଧ ମଧ୍ୟରେ ପାରାସିଟାମଲ ବ୍ୟତୀତ ଫେନୋବାର୍ବିଟୋନ, ଫେନିଟୋଇନ ସୋଡିୟମ, ଆଜିଥ୍ରୋମାଇସିନ, ସିପ୍ରାେଫଲୋକ୍ସାସିନ ହାଇଡ୍ରୋକ୍ଲୋରାଇଡ ଏବଂ ମେଟ୍ରୋନିଡାଜୋଲ ଭଳି ୮୭୫ଟି ଔଷଧ ସାମିଲ ରହିଛି ।

Get real time updates directly on you device, subscribe now.